ଓମିକ୍ରନ କିମ୍ବା କରୋନାର ତୃତୀୟ ଲହରର ଶିକାର ହେବ କି ଶିଶୁ – ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦେଲା ଏପରି ଉତ୍ତର
ନୂଆଦିଲ୍ଲୀ – ଏବେ ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନର ପ୍ରଭାବ ଦେଖାଦେଲାଣି । ଅନେକ ଦେଶ ନିଜର ଯାତ୍ରା କଟକଣା ସହ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଓମ୍ରିକନ୍ ଦ୍ରୁତ ଗତିରେ ବ୍ୟାପୁଥିଲେ ବି ଏହାର ଲକ୍ଷଣ ବିଶେଷ ଗୁରୁତର ହେଉ ନଥିବା ଲକ୍ଷ୍ୟ କରାଯାଇଛି । ତେବେ ଟିକାର ପ୍ରଭାବ ନେଇ ଏବେ ବି ଗବେଷଣା ଚାଲିଛି ।
ଓମିକ୍ରନରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ହେବା ସହ ମାସ୍କ ପିନ୍ଧିବା ସାମାଜାକ ଦୂରତ୍ୱ ବଜାୟ ରଖିବା ପାଇଁ କୁହାଯାଇଛି । ଭାରତରେ ଏବେ କେବଳ ୧୮ ବର୍ଷ ବୟସ୍କରୁ ଅଧିକ ଲୋକଙ୍କର ଟିକାକରଣ ହୋଇ ପାରିଛି । ତେବେ ଓମିକ୍ରକୁ ରୋକିବାପରେ ଟିକା କେତେ ପରିମାଣରେ ସଫଳ ତାହା ଜଣା ପଡି ନାହିଁ ।
ବିଶ୍ୱର ଅନେକ ଡାକ୍ତର ଏବଂ କ୍ଲିନିକାଲ୍ ଏକ୍ସପର୍ଟ ଓମିକ୍ରନ ବିଷୟରେ ଗବେଷଣା କରିବା ସହ ଏହାର ରିପୋର୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଦେଇଛନ୍ତି । ୟୁରୋପରେ ୫ରୁ ୧୪ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଥିରେ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦେଶକ ଡାକ୍ତର ହାନ୍ସ କ୍ଲୁଜ୍ ଏ ବିଷୟରେ ସୂଚନା ଦେଇଛନ୍ତି । ୟୁରୋପରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା କଥା ସେ ଉଲ୍ଲେଖ କରିଛନ୍ତି ।
ବିଶ୍ୱର ୨୧ଟି ଦେଶରେ ଓମ୍ରିକନ୍ ୪୩୨ଟି ମାମଲା ମିଳିଛି । ଭାରତରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ଭାରତରେ ଏବେ ଠାରୁ ଏହା ରୋକିବା ପାଇଁ ଉଦ୍ୟମ କରାନଗଲେ କରୋନାର ତୃତୀୟ ଲହରୀରେ ଭୟାବହ ସ୍ଥିତି ହେବ ବୋଲି କୁହାଯାଉଛି ।
ଏବେ ଭାରତରେ ଜାଇକୋବ ଡି ଟିକାକୁ ପିଲାଙ୍କୁ ଜୁରୁରୀ କାଳୀନ ଭାବେ ଦେଇ ହେବ ବୋଲି ମଞ୍ଜୁରୀ ମିଳିଛି । ସେପ୍ଟେମ୍ବର ମାସରୁ ଏହି ମଞ୍ଜୁରୀ ମିଳିଛି । ୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କୋଭାକ୍ସିନ୍ ଦେବା ପାଇଁ ମଞ୍ଜୁରୀ ମିଳିଛି । ମାତ୍ର ଏ ପର୍ଯ୍ୟନ୍ତ ଟିକା ଦେବା କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।
ତେବେ ଭାରତର ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ସତର୍କ ହେବା ସହ କୋଭିଡ୍ କଟକଣାକୁ ମାନିବା ପାଇଁ କୁହାଯାଇଛି ।
Comments are closed.