ଲାଞ୍ଜିଗଡ଼ : ଶିକ୍ଷାର ବିକାଶକୁ ନେଇ ସରକାର ଅନେକ ସ୍କୁଲ ନିର୍ମାଣ କରିଥିବା ବେଳେ ଏହି ଶିକ୍ଷା ଯୋଜନାକୁ ନେଇ ପ୍ରଶଂସାର ସୁଅ ଛୁଟୁଛି। ଅନେକ ଜାଗାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟ ରୁପାନ୍ତିକରଣ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷିରେ ଆଜି ଲାଞ୍ଜିଗଡ ବ୍ଲକ ଧଅଁରାଭଟ୍ଟା ଠାରେ ଏକଲବ୍ୟ ଆଦର୍ଶ ଆବାସିକା ବିଦ୍ୟାଳୟର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଆଦିବାସି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା ହେଲେ କୈାଣସି କାରଣ ବସତ ସେ ଅନୁପସ୍ଥିତ ରହିଥିଲେ। ଶେଷରେ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆବାସିକା ବିଦ୍ୟାଳୟର ଉଦଘାଟନ କରିଥିଲେ। ଏହି ଉଦଘାଟନି ଉତ୍ସବରେ ଅନେକ ଅଭିଭାବକ ଯୋଗଦେଇଥିବା ବେଳେ ପ୍ରଥମରୁ ହିଁ କାର୍ଯ୍ୟକ୍ରମରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ଏହି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ କେବଳ ଆଦିବାସି ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ ଦେଇଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଏହି କାର୍ଯ୍ୟକ୍ରମରେ ହୋ ହାଲ୍ଲା କରିଥିଲେ ଜନସାଧାରଣ। ଜନସାଧାରଣ ପ୍ରଶାସନିକ ଅଧିକାରୀଙ୍କୁ ଘେରି ଯାଇଥିଲେ। ଅନେକ ବୁଝାସୁଝା ପରେ ଜନସାଧାରଣ ଓ ଅଭିଭାବକ ଶାନ୍ତ ପଡିଥିଲେ।।

ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁସାରେ ଚାଲୁଛୁ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଦଶ ପ୍ରତିଶତ ବିଭିନ୍ନ ବର୍ଗର ପିଲାଙ୍କୁ ନିଆଯିବ ବୋଲି ପ୍ରକାଶ କରିଥିବା ବେଳେ ଜନସାଧାରଣ ଓ ଅଭିଭାବକ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଅଣଦେଖା କଲେ ଆଗାମି ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନି ଦିଆଯାଇଛି। ହେଲେ ଅନେକ ଆଦିବାସି ଆବାସିକା ବିଦ୍ୟାଳୟରେ ସିଟ୍ ସଂଖ୍ୟା ବର୍ତ୍ତମାନ ମଧ୍ୟ ପୁରଣ ହେଉନଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ କାହିଁକି ଏ ବିଦ୍ୟାଳୟ ମାନଙ୍କରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଉନାହିଁ ତାହା ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ପୁର୍ବତନ ବିଧାୟକ ଶିବାଜୀ ମାଝୀ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝୀ,ବ୍ଲକ ଉପାଧ୍ୟକ୍ଷା ତୁଳସି ନାଏକ,ସାଂସଦ ପ୍ରତିନିଧି ଲକ୍ଷ୍ମୀନାରାୟଣ ସନ୍ତୋଷରାଏ,ଶ୍ରୀଧର ପେସନିଆ,ପିଏ ଆଟିଡିଏ ବିରଞ୍ôଚ ନାରାୟଣ ଦରୱାନ,ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।



