www.samajalive.in
Monday, December 15, 2025
24.1 C
Bhubaneswar

ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ

ପାଟଣା: ପାଟଣା ବ୍ଲକ ବୁଢିକାପୁଡି ପଂଚାୟତ ଲକ୍ଷ୍ମୀପଶି ଗ୍ରାମରେ ବିଦ୍ୟୁତ ଦେୟ ବକେୟା ବାକି ରଖିଥିବା ଗୌର ମହାନ୍ତଙ୍କ ଘରୁ ଆଜି ବିଦ୍ୟୁତ ବିଭାଗ କର୍ମଚାରୀ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାକୁ ଯାଇଥିବା ବେଳେ ଗଣ୍ଡଗୋଳ ଘଟିଛି। ସଂଯୋଗ ବିଛିନ୍ନ କରାଯିବାରୁ ଗୌର ମହାନ୍ତଙ୍କ ପୁଅ ତୁଳସୀ ମହାନ୍ତ (୪୦) ରାଗରେ ଠେଲାପେଲା କରିବା ସହ ବିଦ୍ୟୁତ କର୍ମଚାରୀଙ୍କ ହାତରୁ ବିଲ ବହି ଓ ସଂଗୃହୀତ ସାଢେ ସାଢେ ତିନି ହଜାର ଟଙ୍କା ଥିବା ବ୍ୟାଗ ଛଡାଇ ନେଇଥିଲେ। ଏପରିକି ଅନ୍ୟ ଜଣେ କର୍ମଚାରୀ ଗଣ୍ଡଗୋଳ ଘଟଣାକୁ ନିଜ ମୋବାଇଲରେ ରେକର୍ଡିଂ କରୁଥିବାରୁ ତୁଳସୀ ସେହି ମୋବାଇଲକୁ ଛଡାଇ କଚାଡି ଭାଙ୍ଗି ଦେଇଥିଲେ।

ତେବେ ଗୋଡାଇ ଗୋଡାଇ ତୁଳସୀ ମହାନ୍ତଙ୍କ ଠାରୁ ବିଲ ବହି ଓ ଦେଢ ହଜାର ଟଙ୍କା ବିଦ୍ୟୁତ କର୍ମଚାରୀ ମାନେ ଉଦ୍ଧାର କରିଥିଲେ ମଧ୍ୟ ବିଲ ବହି ଭିତରୁ ଆଉ ୨ ହଜାର ଟଙ୍କା ମିଳିନାହିଁ। ଏ ସମ୍ପର୍କରେ ତୁରୁମୁଙ୍ଗା ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଚିରଂଜିତ ସାହୁ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଏ.ଏସ.ଆଇ ଭରତ ଚନ୍ଦ୍ର ନାଏକ ଲକ୍ଷ୍ମୀପଶି ଗ୍ରାମକୁ ଯାଇ ସମ୍ପୃକ୍ତ ଯୁବକକୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories