www.samajalive.in
Monday, December 8, 2025
14.1 C
Bhubaneswar

ଅତାବିରାରେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବାବା ବିଶ୍ୱେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଉଚ୍ଚ ବିଦ୍ୟାଳୟ ର ୧୯୮୩ ଶିକ୍ଷାବର୍ଷର ଦଶମ ଶ୍ରେଣୀ ଛାତ୍ର ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ସଂଯୋଜକ ବଳରାମ ସାହୁଙ୍କ ଆହ୍ବାନ କ୍ରମେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରତିବର୍ଷ ଭଳି ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ସରଣ୍ଡା ବାବା ବିଶ୍ଵେଶ୍ୱରଙ୍କ ମନ୍ଦିରରେ ରୁଦ୍ରାଭିଶେକ ସହ ମହାମୃତ୍ୟୁଞ୍ଜୟ ଜପ କରାଯାଇଥିଲା। ଏହି ରୁଦ୍ରାଭିଶେକରେ କାଶିଶ୍ୱର ବେହେରା ଓ ରତ୍ନାକର ମହାପାତ୍ର ସପତ୍ନିକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ବାବୁଲାଲ ପାଣ୍ଡିଆ ଓ ଜୟପ୍ରକାଶ ଦାଶ ପୌରୋହିତ୍ୟ ଦାୟିତ୍ଵ ତୁଲାଇଥିଲେ। ସମସ୍ତ ସହପାଠୀ ବନ୍ଧୁ ମାନଙ୍କୁ ନେଇ ବନ୍ଧୁମିଳନ କାର୍ୟ୍ୟକ୍ରମ ହୋଇଥିଲା। ଏହି ଦୁନିଆରୁ ବିଦାୟ ନେଇ ସାରିଥିବା ବିଜୟ ମେହେର,ଗୌର ପ୍ରଧାନ,ସହଦେବ ପ୍ରଧାନ, ଚନ୍ଦ୍ରକାନ୍ତ ସ୍ୱାଇଁ,ରାମକୃଷ୍ଣ ସ୍ୱାଇଁ,ସୁରେଶ ସିଂହ,ଅର୍ଜୁନ ସୁସାରୀ,ସରୋଜ ପ୍ରଧାନ, କାଳାଚନ୍ଦ୍ ଗଡତିଆ ,ଶରତ ରଥ,ବସନ୍ତ ଗୌଡ଼ ଓ ଦିବ୍ୟ କିଶୋର ଦେବତା ଆଦି ୧୨ ଜଣ ଦିବଂଗତ ଆତ୍ମା ମାନଙ୍କର ଆତ୍ମାର ସଦଗତି ପାଇଁ ପ୍ରଥମେ ସମସ୍ତେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ବିଦ୍ୟାଦାତା ଗୁରୁ ମାନଙ୍କୁ ଆସ୍ଥାନରେ ବସାଇ ,ପାଦଧୌତ କରି ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ମାନ ଜଣାଇ ପୂଜା କରିଥିଲେ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗୁରୁ ଋଷୁଭ ସାହୁ, ଦୁର୍ୟ୍ୟୋଧନ ପ୍ରଧାନ, କୁମର ବେହେରା, ଭୋଜରାଜ ସ୍ୱାଇଁ, ଭରତ ସାହୁଙ୍କୁ ପୂଜା କରିଥିଲେ। ସମସ୍ତ ଗୁରୁ ମାନେ ତାଙ୍କ ଶିଷ୍ୟ ମାନଙ୍କୁ ଆଶୀର୍ବାଦ ଦେଇ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ। ପୁଣି ଥରେ ସେଇ ଅତୀତକୁ ଫେରିଯାଇ ଛାତ୍ର ସମୟର ଅନୁଭୂତି କୁ ମନେ ପକାଇ ନିଜ ନିଜ ଭିତରେ ହସଖୁସିରେ ମଜ୍ଜି ଯାଇଥିଲେ ସମସ୍ତେ । ଉପସ୍ଥିତ ୩୫ ଜଣ ଛାତ୍ର ଓ ତାଙ୍କ ପରିବାର ବର୍ଗ ପରସ୍ପର ମଧ୍ୟରେ ଭାବ ବିନିମୟ କରି ନିଜ ନିଜର ସୁଖ ବାଣ୍ଟି ଅନ୍ୟର ଦୁଃଖ କୁ ଲାଘବ କରି ବନ୍ଧୁ ମିଳନର ଏକ ଅପୂର୍ବ ମହନୀୟ ପରିବେଶ ସୃଷ୍ଟି କରିଥିଲେ। ଆସନ୍ତା ବର୍ଷ ପୁଣି କେମିତି ଏହି ବନ୍ଧୁମିଳନ କରାଯିବ ତାର ପୂର୍ବ ଯୋଜନା କରିବା ସହ ବନ୍ଧୁମିଳନ ର ରୌପ୍ୟ ଜୟନ୍ତୀ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।ଆସନ୍ତା ବର୍ଷ ବଳରାମ ସାହୁ ଓ କେ ଟି ପି ରାଜୁ କର୍ତ୍ତା ଦାୟିତ୍ଵ ନେବେ ବୋଲି ଏଥିରେ ସ୍ଥିର କରାଯାଇଥିଲା। ଏହି ବନ୍ଧୁ ମିଳନ କୁ ସଫଳ କରିବାରେ ରାଜେଶ୍ ପାଢ଼ୀ,ଅଶୋକ ପଣ୍ଡା,ଗୁଣନିଧି ପ୍ରଧାନ, ଭରତ ପ୍ରଧାନ,ବାହାଦୁର ବେହେରା,ଲଳିତ ବାଂକା,ସରୋଜ ଗଡତୀଆ, କମଳ ପାତ୍ର,ଭାବଗ୍ରାହୀ ଭୋଇ,ଧୃବରାଜ୍ ସ୍ୱାଇଁ,ରାଜକୁମାର ବାଙ୍କା ,ଡାକ୍ତର ପାତ୍ର ତଥା ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଜଗନ୍ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories