BJD Bijuli 480×75 Mob

ଅଧାପନ୍ତରିଆ ଶିଶୁ ଉଦ୍ୟାନ : ନିର୍ମାଣ କାର୍ଯ୍ୟ ସରିବ କେବେ ?

BJD Bijuli 480×75 Mob
ଜି.ଉଦୟଗିରି :  ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସ୍ମରଣୀକା ଟୁଲୋଙ୍କ ସହ ମଞ୍ଚର ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ରଜତ କୁମାର ନାୟକ, ଉପଦେଷ୍ଟା ନଳିନୀକାନ୍ତ ନାୟକ ଏବଂ ଆଇନ ପରାମର୍ଶଦାତା ରାଜେନ୍ଦ୍ର ପାଳ ଆଲୋଚନା କରିଛନ୍ତି। ବିଶେଷ କରି ରାଇକିଆ ଅଞ୍ଚଳରେ କୋର୍ଟ ନିର୍ମାଣ, ଶିଶୁ ଉଦ୍ୟାନ, ବାପଷ୍ଟିଟ ଚର୍ଚ୍ଚ ରୋଡ଼ ସ୍ଥିତ ମଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ ବିଷୟରେ ଆଲୋଚନା କରିଯାଇଥିବା ବେଳେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରୋଡ଼ରେ ବିପଦପୂର୍ଣ୍ଣ ଭାବେ ରହିଥିବା ଶୁଖିଲା ଗଛ ଓ ମୂଖ୍ୟ ରାସ୍ତା କଡ଼ରେ ଥିବା ଜାମୁକୋଳି ଗଛ କାଟିବା ପାଇଁ ଅନରୋଧ କରାଯାଇଛି । ଦୀର୍ଘ ଦିନର ଦାବି ପରେ ରାଇକିଆରେ କୋର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ  ଆନୁସଙ୍ଗିକ ବ୍ୟବସ୍ଥା କରି ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବା, ଅଧାପନ୍ତରିଆ ଭାବେ ଶିଶୁ ଉଦ୍ୟାନ ଏବଂ ଓପନ୍ ଜିମ୍ ‘ବ୍ୟାୟାମ’ ପାଇଁ ଲକ୍ଷାଧିକ ଟଙ୍କାର ବିଭିନ୍ନ ସରଞ୍ଜାମ ପଡି ଖତ ଖାଇବାକୁ ବସିଲାଣି । ଏହି ପ୍ରକଳ୍ପଟିକୁ ପୁର୍ବତନ ବିଡ଼ିଓ ପ୍ରବିଣ କୁମାର ବାଣୁଆ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ, ତାଙ୍କ ବଦଳି ପରେ ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ କାର୍ଯ୍ୟ ଠପ୍ ହୋଇଯାଇଛି । ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଲକ୍ଷାଧିକ ଟଙ୍କା ମାଟିରେ ମିଶିବାକୁ ବସିଲାଣି। ‘ସରକାରଙ୍କ ମାଲ୍ ଦରିୟାମେ ଡାଲ୍’ ସଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଇଟା, ପଥର ଉଠିଲାଣି ତ କେଉଁଠି ଘାସ ଉଠିଲାଣି। ଏହି କାର୍ଯ୍ୟ ପ୍ରାୟ ୬୦ ପ୍ରତିଶତ ଶେଷ ହୋଇରହିଛି । ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରାନଗଲେ ଏହା ନଷ୍ଟ ହେବା ସହ ବିଭିନ୍ନ ବ୍ୟାୟାମ ସରଞ୍ଜାମ ଚୋରି ନ ହେବ ତାହା ମଧ୍ୟ କହି ହେବନାହିଁ। ଏଥି ପୂର୍ବରୁ ପ୍ରଶାସନ ଦୃଷ୍ଟି ଦେବା ପାଇଁ ମଞ୍ଚ ପକ୍ଷରୁ ବିଡ଼ିଓଙ୍କୁ ଅବଗତ କରାଯାଇଛି ।

Comments are closed.