www.samajalive.in
Sunday, December 7, 2025
14.1 C
Bhubaneswar

ଗାଡି ଲକ୍‌ କରି ଚାଲିଗଲା ବାପା: ଭିତରେ ରହିଗଲା ଶିଶୁ କନ୍ୟା, ଆଉ ତାପରେ..

କୋଟା: ରାଜସ୍ଥାନ କୋଟା ଜିଲ୍ଲା ଇଟାଓ୍ବା ଅଞ୍ଚଳରେ ଏକ  ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଛୁଆ ଖେଳୁ ଖେଳୁ ହଠାତ୍ କାର୍ ଭିତରେ ପଶିଯାଇଛି । ଏବଂ ତାଙ୍କ ବାପା ଭୁଲରେ ଗାଡିଟିକୁ ଲକ୍ କରିଦେଇଛନ୍ତି।   ଆଉ ଗାଡି ଭିତରେ ଅଣ ନିଃଶ୍ଵାସୀ ହୋଇ ଶିଶୁଟିର ମୃତ୍ୟୁ ଘଟିଛି। ପୁଲିସର କହିବା ମୂତାବକ ଇନ୍ଦିରା କଲୋନୀରେ ବାସ କରୁଥିବା ଜ୍ୟୋତି, ତାଙ୍କ ସ୍ଵାମୀ , ୭ ବର୍ଷ ଝିଅ ଗୌରୀ ଏବଂ ୩ ବର୍ଷର ଝିଅ ଗର୍ବି ଜୋରାବରପୁରା ଗାଁକୁ ଯାଇଥିଲେ। ସେଠାରେ ଜ୍ୟୋତିଙ୍କ ମାମୁଁ ଶ୍ୱଶୁରଙ୍କ ପୁଅର ବିବାହ ଉତ୍ସବ ଚାଲିଥିଲା।  ପରିବାରର ସମସ୍ତ ସଦସ୍ୟ ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏଭଳି ଅଘଟଣ ଘଟିଥିଲା।  ପ୍ରାୟ ୨ ଘଣ୍ଟା ପରେ ଯେତେବେଳେ ପରିବାର ଲୋକ ଶିଶୁଟିକୁ ଖୋଜିବାକୁ ଲାଗିଲେ , ସେତେବେଳେ କାର ମଧ୍ୟରୁ ଶିଶୁଟିକୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। ଘଟଣାଟି ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories