www.samajalive.in
Tuesday, December 9, 2025
16.1 C
Bhubaneswar

ଦଶମ ଶ୍ରେଣୀରେ ରଖିଥିଲେ ୯୯% ମାର୍କ, ମସ୍ତିଷ୍କ ରକ୍ତସ୍ରାବରେ ଚାଲିଗଲା ଜୀବନ

ଡେସ୍କ: ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଗୁଜରାଟର ମୋରବିର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମସ୍ତିଷ୍କ ରକ୍ତସ୍ରାବ ଯୋଗୁ ବୁଧବାର ମୃତ୍ୟୁ ଘଟିଛି। ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ଫଳ ମେ’ ୧୧ ତାରିଖରେ ପ୍ରକାଶ ପାଇଥିଲା। ଝିଅ ହୀର ଘେଟିଆ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭୦ ପ୍ରତିଶତ ନମ୍ବର ରଖିଛନ୍ତି।

ଆନ୍ଧ୍ର ନିର୍ବାଚନ ପରବର୍ତ୍ତୀ ହିଂସା, କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

- Advertisement -

ମାସେ ତଳେ ରାଜକୋଟର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବ୍ରେନ୍ ହେମରେଜ୍ ହୋଇଥିଲା ଏବଂ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ଡିସଚାର୍ଜ କରାଯାଇ ଘରକୁ ନିଆଯାଇଥିଲା, କିନ୍ତୁ ସପ୍ତାହେ ତଳେ ତାଙ୍କର ପୁଣି ଥରେ ଶ୍ୱାସକ୍ରିୟା ଓ ହୃଦ୍ ଜନିତ ସମସ୍ୟା ଆରମ୍ଭ ହୋଇଥିଲା।

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଏମଆରଆଇ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କ ମସ୍ତିଷ୍କର ପ୍ରାୟ ୮୦ରୁ ୯୦ ପ୍ରତିଶତ କାମ କରିବା ବନ୍ଦ କରିଦେଇଛି। ବୁଧବାର ହୀରଙ୍କ ହୃଦୟ କାମ କରିବା ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ପିତାମାତା ତାଙ୍କ ଆଖି ଓ ଶରୀର ଦାନ କରିଥିଲେ।

ମେ’ ୨୦ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଗଞ୍ଜାମରେ ମୁତୟନ ହେବେ ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories