ଡେସ୍କ: ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିର୍ବାଚନ ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣତି ପରେ ଆନ୍ଧ୍ରପ୍ରଦେଶରେ ୨୫ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ କମ୍ପାନୀକୁ ରଖିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ହିଂସାକାଣ୍ଡର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ସହ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ବ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାରେ ପ୍ରଶାସନର ବିଫଳତାର କାରଣ ବ୍ୟକ୍ତିଗତ ଭାବେ ଜଣାଇବା ପାଇଁ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନୂଆଦିଲ୍ଲୀ ଡକାଇଥିଲେ। ନିର୍ବାଚନ ଦିନ ଏବଂ ତା ପରଦିନ ଅନନ୍ତପୁରୁ, ପାଲନାଡୁ ଏବଂ ତିରୁପତି ଜିଲ୍ଲାରେ ହିଂସାକାଣ୍ଡ ଘଟିଥିଲା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ଅସଦାଚରଣ ନେଇ ପୁଲିସରେ ଅଭିଯୋଗ କଲେ ଆପ ସାଂସଦ ସ୍ୱାତୀ ମାଲିୱାଲ



