www.samajalive.in
Saturday, December 6, 2025
19.1 C
Bhubaneswar

ଘର ଏବଂ ପରିବେଶକୁ ସଫା ରଖିବା, ପାଣି ଜମିବାକୁ ନଦେବା ହେଉଛି ଡେଙ୍ଗୁକୁ ରୋକିବାର ପ୍ରଧାନ ଉପାୟ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍‌ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ସଚେତନତାଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଡେଙ୍ଗୁ ଓ ଭୂତାଣୁବାହୀ ରୋଗ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ନିମନ୍ତେ ଘର ଓ ପରିବେଶକୁ ପରିଷ୍କାର ରଖିବା ଏବଂ ପାଣି ନଜମିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଡେଙ୍ଗୁ ଲାର୍ଭା ସ୍ଥିର କିମ୍ବା ବିଶୁଦ୍ଧ ପାଣିରେ ଦୀର୍ଘ ସମୟ ଯାଏଁ ବଞ୍ଚିରୁହେ। ତେଣୁ ଡେଙ୍ଗୁରୁ ରକ୍ଷା ପାଇବାକୁ ହେଲେ ଘର ଚାରିପାଖରେ ଯେପରି ପାଣି ଜମା ହୋଇ ନରୁହେ ସେନେଇ ଦୃଷ୍ଟି ଦେବାକୁ ହେବ। ସେହିପରି ଆଗକୁ ଆସୁଥିବା ମୌସୁମୀ ସମୟରେ ମଶାରୀ ବ୍ୟବହାର, ପୁରା ହାତ ପୋଷାକ ପିନ୍ଧିବା ଭଳି ନାନା ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ ଡ. ବିଶ୍ବାସ।

- Advertisement -

ଏମ୍‌ସ ଭୁବନେଶ୍ୱର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଓପିଡି ପରିସରରେ ଆୟୋଜିତ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ ଅଭିଜିତ ସରକାର, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମି ରଂଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଶ୍ରୀକାନ୍ତ ବେହେରା, ଶିଶୁ ବିଭାଗର ଡ. ରଶ୍ମୀ ରଂଜନ ଦାସ, ସିଏମ୍‌ଏଫଏମ୍‌ ବିଭାଗର ଡ. ଅରବିନ୍ଦ ସିଂହ ପ୍ରମୁଖ ଯୋଗଦେଇଥିଲେ।

ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ସଠିକ୍‌ ସମୟରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ନଚେତ ଏହା ଗୁରୁତର ଜଟିଳତା ସୃଷ୍ଟି କରିଥାଏ। ଏଥିସହିତ ଡେଙ୍ଗୁ ଜନସ୍ୱାସ୍ଥ୍ୟର ଗୁରୁତ୍ୱ, ମହାମାରୀ ସମ୍ବନ୍ଧୀୟ ବିପଦ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମଣ୍ଡଳୀ। ଉଭୟ ବୟସ୍କ ଏବଂ ପିଲାମାନଙ୍କଠାରେ ଡେଙ୍ଗୁ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ମଧ୍ୟ ସେମାନେ ସୂଚନା ପ୍ରଦାନ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories