www.samajalive.in
Wednesday, December 10, 2025
26.1 C
Bhubaneswar

ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର

ଡେସ୍କ: ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ ତାରକା ପ୍ରଚାରକମାନେ ଲଗାତାର ରାଲି ଓ ନିର୍ବାଚନ ପ୍ରଚାର କରୁଛନ୍ତି। ଏହି ପର୍ଯ୍ୟାୟ ପାଇଁ ଶନିବାର ପ୍ରଚାର ଶେଷ ହେବ ଏବଂ ଚଳିତ ମାସ ୨୦ ତାରିଖରେ ମତଦାନ ହେବ।

ଉତ୍ତରପ୍ରଦେଶରେ ତାରକା ପ୍ରଚାରକମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁମତେ ଚେଷ୍ଟା କରୁଥିବା ଦେଖାଯାଉଛି।ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ମୋଦି କି ଗ୍ୟାରେଣ୍ଟିର ଏକ ଜ୍ୱଳନ୍ତ ଉଦାହରଣ ଏବଂ ଏହା ସ୍ପଷ୍ଟ ଯେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ମଧ୍ୟ ପୂରଣ କରନ୍ତି।ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପୂର୍ବରୁ ବିକାଶ କେବଳ ଦିଲ୍ଲୀ ଏବଂ ବମ୍ବେ ଭଳି ବଡ଼ ସହରରେ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ଅଯୋଧ୍ୟା ଏବଂ କାଶୀ ଭଳି ଧାର୍ମିକ ସ୍ଥଳରେ ମଧ୍ୟ ବହୁତ ବିକାଶ ହୋଇଛି।

ଇଡିକୁ ଝଟକା – ସ୍ୱତନ୍ତ୍ର କୋର୍ଟ ହସ୍ତକ୍ଷେପ ପରେ ଅଭିଯୁକ୍ତକୁ ଗିରଫ କରିପାରିବନି ଇଡି

- Advertisement -

ଏହା ପୂର୍ବରୁ ଆଜମଗଡ଼ ଜିଲ୍ଲାର ଲାଲଗଞ୍ଜ ଅଞ୍ଚଳରେ ଏକ ରାଜନୈତିକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ; ସେମାନେ ଦୁହେଁ ମିଛ କହୁଛନ୍ତି ଏବଂ ପରିବାରବାଦ ଏବଂ ଦୁର୍ନୀତିରେ ଲିପ୍ତ ଅଛନ୍ତି।

ଶ୍ରୀ ମୋଦି ଆଜି ଭଦୋହି ଓ ପ୍ରତାପଗଡ଼ରେ ଜନସମାବେଶ କରିଛନ୍ତି। ସେ ଆଜି ରାତିରେ ରାଜ୍ୟପାଳ ଭବନ ଲକ୍ଷ୍ନୌରେ ରହିବେ ଏବଂ ଆସନ୍ତାକାଲି ବାରବାଙ୍କୀ, ଫତେପୁର ଏବଂ ହମିରପୁର ନିର୍ବାଚନ ମଣ୍ଡଳୀରେ ଆଉ ତିନୋଟି ରାଲିକୁ ସମ୍ବୋଧିତ କରିବେ। ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ଏହି ରାଲି କରାଯାଉଛି।

ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରୁଛି କଂଗ୍ରେସ-ମଲ୍ଲିକାର୍ଜୁନ ଖଡଗେ

ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ଅରାଜକତାକୁ ପ୍ରୋତ୍ସାହନ ଦେଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବଣ୍ଡାରେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଦୁର୍ନୀତିରେ ଲିପ୍ତ।

ଅଶାନ୍ତ ଫ୍ରାନ୍ସ – ଜରୁରୀକାଳୀନ ପରିସ୍ଥିତି ଘୋଷଣା

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories