www.samajalive.in
Wednesday, December 10, 2025
18.1 C
Bhubaneswar

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଆଦର୍ଶ ଆଚରଣବିଧିର ଅନୁପାଳନ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ନିକୁଞ୍ଜ ବିହାରୀ ଧଳ କେନ୍ଦୁଝର ଗସ୍ତ କରି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟର ଦରବାର ହଲ୍ଠାରେ ଆୟୋଜିତ ବୈଠକରେ ଜିଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ ଓ ପ୍ରବର୍ତ୍ତନ ସଂସ୍ଥାର ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରୀ ଧଳ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଗତ କେନ୍ଦୁଝର ଜିଲାର ସମସ୍ତ ଛଅଟି ବିଧାନସଭା କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସଂପର୍କିତ ସବିଶେଷ ସମୀକ୍ଷା କରିଥିଲେ।

ସମୀକ୍ଷା ବୈଠକରେ ସେ ଜିଲା ମତଦାନ କେନ୍ଦ୍ରଗୁଡିକରେ ପାନୀୟଜଳ, ବିଦ୍ୟୁତ, ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ ଏବଂ ଖରାରୁ ବର୍ତ୍ତିବା ପାଇଁ ଶେଡ ନିର୍ମାଣ ଆଦିକୁ ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ପିଂକ ବୁଥ, ହୋମ ଭୋଟିଂ, ପୋଷ୍ଟାଲ ବାଲାଟ, ଆଦିମ ଜନଜାତିଙ୍କ ଭୋଟ ହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥ#ଲୋ ସି-ଭିଜିଲ ଆପ, ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ବିବରଣୀ ଟିମ ଆଦି ଟିମଗୁଡିକର କାର୍ଯ୍ୟ ପଦ୍ଧତି ମଧ୍ୟ ସମୀକ୍ଷା କରି ଆହୁରି ତତ୍ପରତା ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ।

- Advertisement -

ଜିଲାରେ ଏସଭିଇଇପି ଅନ୍ତର୍ଗତ ଭୋଟର ସଚେତନତା କାର୍ଯ୍ୟକ୍ରମରେ ସନ୍ତୋଷବ୍ୟକ୍ତ କରିବା ସହ ଚଳିତ ନିର୍ବାଚନରେ ସମସ୍ତ ବର୍ଗର ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ତରଫରୁ ନିଆଯାଉଥ#ବା ପଦକ୍ଷେପର ପ୍ରଶଂସା କରିଥିଲେ। ପୋଲିଂ ପାର୍ଟି ନିର୍ବାଚନ କରିବା ପାଇଁ ବୁଥକୁ ଯିବା ପୂର୍ବରୁ ଏବଂ ନିର୍ବାଚନ ସାରି ଇଭିଏମ ମେସିନ ଗ୍ରହଣ ଓ ଦାଖଲ କଲାବେଳେ ସୁବିଧା ପାଇଁ ଆବଶ୍ୟକୀୟ କାଉଣ୍ଟର କରିବା ପାଇଁ କହିଥ#ଲୋ ସମ୍ଭାବ୍ୟ କାଳବୈଶାଖୀ ଝଡ଼ ବର୍ଷାର ଆଶଙ୍କା ରହିଲେ ଟେଣ୍ଟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।  ନିର୍ବାଚନ ଦିନ େଓ୍ୱବକାଷ୍ଟିଂ ମାଧ୍ୟମରେ ଜିଲ୍ଲାର ପ୍ରାୟ ୬୦ ପ୍ରତିଶତ ବୁଥର ନିର୍ବାଚନ ପ୍ରକ୍ରିୟାର କାର୍ଯ୍ୟଧାରା ଜିଲା ଏବଂ ରିଟର୍ଣ୍ଣିଙ୍ଗ ଅଫିସରଙ୍କ କାର୍ଯ୍ୟାଳୟ ସ୍ତରରେ ନିରୀକ୍ଷଣ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର ଉଭୟ ରେଗୁଲାର ଓ ଠିକା କର୍ମଚାରୀଙ୍କୁ ଯେପରି ନିର୍ବାଚନ ଦିନ ଭୋଟ ଦେବା ଲାଗି ପ୍ରାପ୍ୟ ଛୁଟି ମିଳେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଟଙ୍କା ଓ ଅବକାରୀ ଦ୍ରବ୍ୟର ଅବାଧ ପ୍ରଚଳନକୁ ଅଟକାଇବା ପାଇଁ ଗଠିତ ସ୍କ୍ୱାଡ଼ର ଧରପଗଡ଼କୁ ତ୍ୱରାନ୍ୱିିତ କରିବାକୁ ନିର୍ଦ୍ଦେଶ ଦେବା ସହ ସମ୍ବେଦନଶୀଳ ବୁଥଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ଆରକ୍ଷୀ ଅଧ#କ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅବୈଧ କାରବାର, ଅବକାରୀ ଦ୍ରବ୍ୟ ରୋକିବାକୁ ଅଧ#କ ଚେକପୋଷ୍ଟ ସହ ପୋଲିସ ମୁତୟନ ଜରୁରୀ ବୋଲି କହିଥିଲେ।

ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରି ମୁଖ୍ୟ ନିର୍ବାଚନ ଅଧ#କାରୀ “ଶୂନ୍ୟ ସହନଶୀଳତା’ ନୀତି ଆପଣାଇବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ କେନ୍ଦୁଝର ଲୋକସଭା କ୍ଷେତ୍ରରେ ଯେପରି ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ସଂପାଦିତ ହେବ ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତିା ଆଦର୍ଶ ଆଚରଣ ବିଧିର ଉଚିତ ପାଳନ ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସଟି ପରିବହନ ଓ ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ମୁଖ୍ୟ ନିର୍ବାଚନ ଅଧ#କାରୀ ନିର୍ଦ୍ଦେଶ ଦେଇଛନ୍ତିା ପ୍ରତିଟି ବୁଥ୍ ଯେପରି ସୁରକ୍ଷା ବଳୟ ଭିତରେ ରହିବ ଓ ଇଭିଏମ୍, ଭିଭିପାଟ୍ ମତଗଣନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ ସେଥ#ପାଇଁ ପୂର୍ଣ୍ଣ ରୂପେ ସଜାଗ ରହିବାକୁ ଶ୍ରୀ ଧଳ କହିଥିଲୋ ଏହା ସହ କେନ୍ଦୁଝର ଲୋକସଭା କ୍ଷେତ୍ରରେ ଯେପରି ଆଗାମୀ ମଇ ୨୫ରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣରେ ଭାରତୀୟ ଗଣତନ୍ତ୍ରର ମହାପର୍ବ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ସମ୍ମାନିତ ହେବ ସେଥି ପାଇଁ ସର୍ବସମ୍ମିଳିତ ପ୍ରୟାସ କରିବା ପାଇଁ ସେ ସଭିଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ ସମସ୍ତ ସମ୍ବେଦନଶୀଳ ବୁଥ୍ରେ ସିଏପିଏଫ୍ (ସିଏପିଏଫ) ମୁତୟନ ପାଇଁ ନିର୍ଦ୍ଦେଶ ଦେବା ସହ ସଖ# ବୁଥ୍ରେ ମହିଳା ପୋଲିଂ ଏଜେଣ୍ଟ ଦବାକୁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥ#ଲୋ ନିର୍ବାଚନ ସମୀକ୍ଷାର ଏହି ସମସ୍ତ ଦିଗ ବିଷୟରେ ମୁଖ୍ୟ ନିର୍ବାଚନ ଅଧ#କାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ, କେନ୍ଦୁଝର ଜିଲ୍ଲାପାଳ  ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଆଇଏଏସ ପ୍ରୋବେସନର ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ନିର୍ବାଚନ ସମ୍ବନ୍ଧୀୟ ନୋଡ଼ାଲ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷାରେ ସାମିଲ ହୋଇଥ#ଲୋ
ଏହାପରେ ଶ୍ରୀ ଧଳ ସ୍ଥାନୀୟ ଡିଏନ୍ ହାଇସ୍କୁଲରେ ଚାଲିଥ#ବା ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନରେ ଯାଇ ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଶ୍ନୋତ୍ତରମୂଳକ ଭାବବିନିମୟ କରିବା ସହ ପୋଷ୍ଟାଲ ବାଲାଟ ଗୃହର ନିରୀକ୍ଷଣ କରିଥ#ଲୋ ଆହୁରି ମଧ୍ୟ କେଉଁଝର ମାଇନିଙ୍ଗ କଲେଜଠାରେ ୨୦-ତେଲକୋଇ(ଏସ୍.ଟି.) ଏବଂ ୨୪-କେନ୍ଦୁଝର(ଏସ୍.ଟି.) ବିଧାନସଭା ନିର୍ବାଚନ ମଣ୍ଡଳୀର ଷ୍ଟ୍ରଙ୍ଗରୁମ ବୁଲି ଦେଖିବା ସହ ଇଭିଏମ୍ କମିଶନିଂର ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories