www.samajalive.in
Wednesday, December 10, 2025
26.1 C
Bhubaneswar

ଏନ୍‌‌ସିସି କ୍ୟାଡେଟ୍‌‌ଙ୍କ ନିର୍ବାଚନୀ ସଚେତନତା

କେନ୍ଦୁଝରଗଡ: ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁଥିବା କେନ୍ଦୁଝର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ୭ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି। ଗଣତନ୍ତ୍ରର ଏହି ମହାପର୍ବରେ କିଭଳି ସବୁବର୍ଗର ନାଗରିକ ସାମିଲ ହୋଇ ଏହାକୁ ସଫଳ କରାଇବେ ସେ ନେଇ ଜିଲାବ୍ୟାପୀ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଜିଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଛି। ଏହିକ୍ରମରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌‌ସିସି) ୧୪ ଓଡିଶା ବାଟାଲିୟନ କ୍ୟାଡେଟ୍‌‌ ମାନଙ୍କ ଦ୍ୱାରା ଗୁରୁବାର ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନ୍‌‌ସିସି ୧୪ ଓଡିଶା ବାଟାଲିୟନ କମାଣ୍ଡିଂ ଅଫିସର କର୍ଣ୍ଣେଲ ଏମ୍‌‌. ଚନ୍ଦ୍ରଶେଖର ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର, କୁଶଳେଶ୍ୱର ମହାବିଦ୍ୟାଳୟର ରେକୁଟିଆ, ଆଞ୍ଚଳିକ ମହାବିଦ୍ୟାଳୟ ସ୍ୱାମପାଟଣା, ପତିତପାବନ ମହାବିଦ୍ୟାଳୟ ସାଇଁକୁଳ ଆଦି ଶିକ୍ଷାନୁଷ୍ଠାନର ୨୫୦ରୁ ଉଦ୍ଧ୍ୱର୍ ଏନ୍‌‌ସିସି କ୍ୟାଡେଟ୍‌‌ ନିଜ ନିଜ ଅଞ୍ଚଳରେ ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ଅବସରରେ ନିର୍ବାଚନ ସଚେତନତା ଶୋଭାଯାତ୍ରା ସହ ସ୍ୱତନ୍ତ୍ର ପଥପ୍ରାନ୍ତ ନାଟକ ପରିବେଷଣ ଓ ପିରାମିଡ ମାଧ୍ୟମରେ ଭୋଟରମାନଙ୍କୁ ଆସନ୍ତା ୨୫ ତାରିଖ ଅନୁଷ୍ଠିତ ହେବାକୁଥିବା ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରିବାକୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଏନ୍‌‌ସିସି ଅଫିସର ବିଜୟ କୁମାର ବେହେରା, ସତ୍ୟବ୍ରତ ପତି, ଜୟଦେବ ଦାସ, ସଲମା କିସ୍କୁ, ଧର୍ମେନ୍ଦ୍ର କୁମାର ସାହୁ ପ୍ରମୁଖ ବିଭିନ୍ନ ମହାବିଦ୍ୟାଳୟ ଗସ୍ତ କରି ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ଏନ୍‌‌ସିସିର ଫିଜିକାଲ ଇନଷ୍ଟ୍ରକ୍ଟର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories