www.samajalive.in
Monday, December 8, 2025
24.1 C
Bhubaneswar

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ, ନଚେତ୍ ହୋଇପାରେ ମୃତ୍ୟୁ…

ନୂଆଦିଲ୍ଲୀ: ସାରା ବିଶ୍ଵରେ ଦିନକୁ ଦିନ ହୃଦରୋଗ ବଢିବାରେ ଲାଗିଛି। ଯାହାକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଏକ ଗୁରୁତ୍ଵପୂର୍ଣ୍ଣ ଚେତାବନୀ ଦେଇଛି।  ଡବ୍ଲୁଏଚଓ ଅନୁଯାୟୀ,ୟୁରୋପରେ ପ୍ରତିଦିନ ୧୦ ହଜାର ଲୋକ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି। ଯାହାର ଅର୍ଥ ବାର୍ଷିକ ୪ ନିୟୁତ ଲୋକଙ୍କ ମୃତ୍ୟୁ। ଏହି ମୃତ୍ୟୁ ୟୁରୋପରେ ମୋଟ ମୃତ୍ୟୁର ୪୦ ପ୍ରତିଶତ ଅଟେ। ଅର୍ଥାତ୍ ପ୍ରତିବର୍ଷ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ କହିଛନ୍ତି ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି। ସେମାନେ ୨୫ ପ୍ରତିଶତ କମ୍ କରିବା ନିହାତି ଆବଶ୍ୟକ। ନଚେତ୍ ୨୦୩୦ ସୁଦ୍ଧା ପାଖାପାଖି ୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିସାରିଥିବ। ୟୁରୋପରେ ୩୦ରୁ ୭୯ ବର୍ଷ ବୟସ୍କ ମଧ୍ୟରେ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ। ଯାହାର ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା । ଅଧିକ ଲୁଣ ଖାଇବା ଦ୍ଵାରା ହାର୍ଟ ଷ୍ଟ୍ରୋକ୍ ହେବାର ମଧ୍ୟ ଅଧିକ ଆଶଙ୍କା ରହିଛି। ୟୁରୋପରେ ମହିଳାଙ୍କ ତୁଳନାରେ ଅଧିକ ସଂଖ୍ୟାରେ ପୁରୁଷ ମାନଙ୍କର ହୃଦଘାତରେ ମୃତ୍ୟୁ ଘଟୁଛି। ତେଣୁ କମ୍ ଲୁଣ ଖାଇବା ଦ୍ଵାରା ଆମେ ନିଜକୁ ଏବଂ ଆମ ପରିବାରକୁ ହୃଦଘାତରୁ ରକ୍ଷା କରିପାରିବା।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories