www.samajalive.in
Monday, December 8, 2025
13.1 C
Bhubaneswar

ବର୍ଷା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ! ଏହି ତାରିଖରେ ପହଞ୍ଚିବ ମୌସୁମୀ, ଆଇଏମଡି ଦେଲା ଖୁସି ଖବର..

ନୂଆଦିଲ୍ଲୀ : ଆସିଲା ଖୁସି ଖବର। ତାତିରୁ ମିଳିବ ଆଶ୍ୱସ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା ରହିଛି ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ୭ ଦିନ ସମୟ ଏପଟସେପଟ ମଧ୍ୟରେ ଜୁନ୍ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ଏହା ଅଧିକ ବେଗରେ ଉତ୍ତର ଭାରତ ଆଡକୁ ଆଗକୁ ବଢେ। ଏହାସହ ଜୁଲାଇ ୧୫ ସୁଦ୍ଧା ସାରା ଦେଶରେ ପ୍ରବେଶ କରିଥାଏ।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

- Advertisement -

ଆଇଏମଡି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ବର୍ଷ ମୌସୁମୀ ବାୟୁ ୪ ଦିନ ସମୟ ଏପଟସେପଟ ମଧ୍ୟରେ ୩୧ ମେ ସୁଦ୍ଧା କେରଳରେ ପହଞ୍ଚିବା ଆଶା କରାଯାଉଛି। ଏହା ସାରା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଅସହ୍ୟ ଗରମରେ ବ୍ୟତିବ୍ୟସ୍ତ ଉତ୍ତର ଭାରତ ମୌସୁମୀକୁ ଅପେକ୍ଷା କରି ରହିଛନ୍ତି।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି, ଏହା ଶୀଘ୍ର ନୁହେଁ ମାତ୍ର ସାଧାରଣ ସମୟର ନିକଟବର୍ତ୍ତି ତାରିଖ। କାରଣ କେରଳରେ ମୌସୁମୀର ଆରମ୍ଭର ସାଧାରଣ ସମୟ ଜୁନ୍ ୧। ଗତ ମାସରେ ଆଇଏମଡି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟରେ ସାମାନ୍ୟରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି। ଜୁନ୍ ଓ ଜୁଲାଇ କୃଷି ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୌସୁମୀ ବୋଲି କୁହାଯାଏ କାରଣ ଏହି ସମୟରେ ଖରିଫ ଫସଲ ଅଧିକାଂଶ ଚାଷ କରାଯାଏ।

୨୦୨୫ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ରାହୁ..

ଆଇଏମଡି କହିଛି, ଗତ ୧୯ ବର୍ଷ ମଧ୍ୟରେ କେରଳରେ ମୌସୁମୀର ଆରମ୍ଭର ତାରିଖ ତାଙ୍କ ପୂର୍ବାନୁମାନ ୨୦୧୫ ବ୍ୟତୀତ ଅନ୍ୟ ସମସ୍ତ ବର୍ଷରେ ସଠିକ୍ ରହିଛି। ଏହାପୂର୍ବରୁ ପାଣିପାଗ ବିଭାଗ ଦ୍ୱାରା ମଙ୍ଗଳବାର ଜାରି ହୋଇଥିବା ରିପୋର୍ଟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ୧୯ ମେ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣପୂର୍ବ ବଙ୍ଗର କିଛି ସ୍ଥାନରେ ଓ ନିକୋବର ଦ୍ୱୀପ ସମୂହରେ ଆଗକୁ ବଢିବ। ସେହିପରି ଉତ୍ତର-ପଶ୍ଚିମ ଭାରତରେ ୧୬ ମେ ରୁ ଓ ପୂର୍ବ ଭାରତରେ ୧୮ ମେ, ୨୦୨୪ରୁ ଆଉ ଏକ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଏନେଇ ପୂର୍ବାନୁମାନ ଜାରି କରାଯାଇଛି।

ଦେଖନ୍ତୁ ଭିଡିଓ : ଗଧ ସହ ଏମିତି କଲେ ଯୁବକ ; ତା’ପରେ ଗଧ ଯାହା କଲା ବିଶ୍ୱାସ କରିବେ ନାହିଁ..

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories