www.samajalive.in
Sunday, December 7, 2025
14.1 C
Bhubaneswar

ଋଷର ଅଞ୍ଚଳକୁ କବଜା କରିବାକୁ ଚାହୁଁଛି ଚୀନ; ପୁଟିନଙ୍କୁ ରକ୍ଷା କରିବ ବନ୍ଧୁ ଦେଶ ଭାରତ

ବେଜିଂ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌‌ କ୍ଷମତାରେ ଆସିବା ପରେ ପ୍ରଥମ ବିଦେଶ ଗସ୍ତରେ ଚୀନରେ ପହଞ୍ଚିଛନ୍ତି। ପୁଟିନ୍‌‌ ଏଭଳି ସମୟରେ ଚୀନ ଗସ୍ତ କରିଛନ୍ତି ଯେଉଁ ସମୟରେ କି ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ଉପରେ ପ୍ରତିବନ୍ଧକ ବଢାଇ ଦେଇଛନ୍ତି। ପୁଟିନ୍‌‌ଙ୍କ ଗସ୍ତରୁ ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ସେ ଚୀନଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି। ଉଭୟ ପୁଟିନ୍‌‌ ଏବଂ ଜିନପିଙ୍ଗ୍‌‌ ପୂର୍ବରୁ ଘୋଷଣା କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ‘କୌଣସି ସୀମା ବିନା’ ବନ୍ଧୁତା ହେବ। ଦୁଇ ନେତା ସେମାନଙ୍କ ବନ୍ଧୁତା ଅତୁଟ ବୋଲି ଯେତେ ଦେଖାଇବାକୁ ଚାହିଁଲେ ବି ଋଷ ଏବଂ ଚୀନ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି। ଅନେକ ବିଶ୍ଳେଷକ ମାନେ କହୁଛନ୍ତି ଯେ ଚୀନ ବର୍ତ୍ତମାନ ଋଷର ଭ୍ଲାଦିଭୋଷ୍ଟୋକ୍‌‌ ଅଞ୍ଚଳ ଉପରେ ନଜର ପକାଇଛି। ଯାହା ପୂର୍ବରୁ ଚୀନର ଏକ ଅଂଶ ଥିଲା। ଏହି ଅଞ୍ଚଳରେ ଚୀନର ପ୍ରଭାବ ବଢୁଛି ଏବଂ ଏହାର ମୁକାବିଲା ପାଇଁ ଋଷ ଭାରତର ସାହାଯ୍ୟ ଲୋଡିଛି।
ୟୁକ୍ରେନ୍‌‌ ସହ ଯୁଦ୍ଧ ପରେ ଋଷ ଏବଂ ଚୀନ ମଧ୍ୟରେ ବାଣିଜ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିବା ଜଣାପଡିଛି। ଚୀନ ଋଷଠାରୁ ତୈଳ ଓ ଗ୍ୟାସ କ୍ରୟ କରୁଛି ଏବଂ ଏହାର ପ୍ରତିବଦଳରେ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଛି। ବର୍ତ୍ତମାନ ପାଶ୍ଚାତ୍ୟ ଦେଶଗୁଡିକ ଏହି ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛନ୍ତି। ବିଶ୍ଳେଷକମାନେ କହିଛନ୍ତି ଯେ ଚୀନ ବର୍ତ୍ତମାନ ଋଷକୁ ସାହାଯ୍ୟ କରୁଛି। ଯାହା ଦ୍ୱାରା ତାଇୱାନ ଉପରେ ଯଦି କୌଣସି ପଦକ୍ଷେପ ନିଆଯାଏ ତେବେ ମସ୍କୋରୁ ସମର୍ଥନ ମିଳିପାରିବ। ସେ କହିଛନ୍ତି ଯେ ଚୀନ ମଧ୍ୟ ଋଷର ଜମି ଦଖଲ କରିବାକୁ ଚାହୁଁଛି କିନ୍ତୁ ଏହା ପୂର୍ବରୁ ଭାରତ, ଫିଲିପାଇନ୍ସ ଏବଂ ଜାପାନ ଭଳି ଦେଶ ଏହାର ଲକ୍ଷ୍ୟରେ ରହିଛି।
ଯଦିଓ ଋଷ ଓ ଚୀନ ମଧ୍ୟରେ ବନ୍ଧୁତା ବଢୁଛି କିନ୍ତୁ କିଛି ବର୍ଷ ପୂର୍ବେ ଋଷର ସେନା ଚୀନ ସେନାର ଆକ୍ରମଣର ଭୟରେ ରହୁଥିଲେ। ଏହାରି ଭିତରେ ୨୦୨୩ ଫେବୃଆରୀ ୧୩ରେ ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ଏକ ନୂତନ ମାନଚିତ୍ର ପ୍ରକାଶ କରିଥିଲା। ଏହି ମାନଚିତ୍ରରେ ଚୀନରେ ଋଷର ୮ଟି ସହର ଏବଂ ଅଞ୍ଚଳର ନାମକରଣ କରାଯାଇଛି। ଉନବିଂଶ ଶତାଦ୍ଦୀର ଶେଷ ଭାଗରେ ଏବଂ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏହି ଅଞ୍ଚଳଗୁଡିକ ଋଷର ସାମ୍ରାଜ୍ୟ ରହିଥିଲା। ଋଷର ଭ୍ଲାଦିଭୋଷ୍ଟୋକ୍‌‌ ସହରର ନାମ ଚୀନ ହେଶେନ୍‌‌ୱେ ନାମରେ ନାମିତ କରିଛି। ସଖାଲିନ୍‌‌ ଦ୍ୱୀପକୁ କୁୟେଦାୱ ନାମରେ ନାମିତ କରିଛି। କେବଳ ଋଷ ନୁହେଁ ଭାରତର ୬୬ଟି ସହରକୁ ମଧ୍ୟ ଚୀନ ନାମ ଦେଇଛି। ଏଥିରେ ଅରୁଣାଚଳ ପ୍ରଦେଶ ମଧ୍ୟ ସାମିଲ ହୋଇଛି। ଚୀନର ଏଭଳି କାର୍ଯ୍ୟ ଋଷ ଓ ଭାରତକୁ ନିକଟତର କରିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories