www.samajalive.in
Monday, December 15, 2025
24.1 C
Bhubaneswar

୧୬ ତାରିଖ ସୁଦ୍ଧା +୨ ପରୀକ୍ଷା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ  ହୋଇଥିବା ସ୍ବତନ୍ତ୍ର ପରୀକ୍ଷା ଫଳ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରକାଶ ପାଇବ। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ। ଏହି ବିଦ୍ୟାର୍ଥୀ ଶ୍ରେଣୀଗୃହ(ଅଫଲାଇନ୍‌) ପରୀକ୍ଷା ରାଜ୍ୟର ୧୮୫ କେନ୍ଦ୍ରରେ ଦେଇଥିଲେ। ଗତ ମାସ ୧୧ ତାରିଖରେ ପରୀକ୍ଷା ସରିଥିଲେ ମଧ୍ୟ ଏଯାବତ୍‌ ଫଳ ପ୍ରକାଶ ପାଇନି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ବିଳମ୍ବ ହେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ସ୍ନାତକ(+୩) ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବେଳେବ ସ୍ବତନ୍ତ୍ର ପରୀକ୍ଷା ଫଳକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଅଭିଭାବକ ଓ ବିଦ୍ୟାର୍ଥୀ ଅସନ୍ତୋଷ ପ୍ରକଟ କରିବାରୁ ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପରିଷଦର ପରୀକ୍ଷା ପରିଚାଳନା ତ୍ରୁଟି ଯୋଗୁଁ ଫଳ ବିଳମ୍ବିତ ହୋଇଥିବା ଜଣାପଡ଼ିବା ପରେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ୧୫ କିମ୍ବା ୧୬ ତାରିଖ ସୁଦ୍ଧା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ସ୍ବତନ୍ତ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ୧୬ ତାରିଖ ସୁଦ୍ଧା ଫଳ କାଢିବାକୁ ପରିଷଦକୁ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି।

- Advertisement -

ରାଜ୍ୟରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଏହି ସ୍ବତନ୍ତ୍ର ପରୀକ୍ଷା ଦେଇଥିଲେ। ମୋଟ ୬୦ ହଜାର ଖାତା ଥିବାବେଳେ ଗତ ୪ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories