www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ବଢ଼ିଲା ରାଜ୍ୟ କରୋନା ଗ୍ରାଫ, ୨୪ ଘଣ୍ଟାରେ ୩୧୮ ନୂଆ ଆକ୍ରାନ୍ତ

ପ୍ରାୟ ୨ ଦିନ ଧରି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆଜି ପୁଣି ସାମାନ୍ୟ ବୃଦ୍ଧି ପାଇଛି। ତେବେ ଦୀପାବଳି ପର୍ବ ପାଇଁ ନମୁନା ପରୀକ୍ଷା ହ୍ରାସ ପାଇଥିବାରୁ ଏହି ସଂଖ୍ୟାରେ ହ୍ରାସ ପାଇଥିବା ଅନୁମାନ କରାଯାଉଛି। ରାଜ୍ୟରେ ଗୋଟିଏ ଦିନରେ ୩୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। ଏହି ଚିହ୍ନଟଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୧୮୬ ଓ ସ୍ଥାନୀୟ ଅଂଚଳରୁ ୧୩୨ ଅଛନ୍ତି। ଏହାଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ୧୦ ଲକ୍ଷ ୪୩ ହଜାର ୪୬୯କୁ ବୃଦ୍ଧି ପାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୯ ନୂଆ କରୋନା ଆକ୍ରାନ୍ତ ବାହାରିଥିବା ବେଳେ କଟକରୁ ୩୧, ସମ୍ବଲପୁରରୁ ୨୧, ବାଲେଶ୍ୱରରୁ ୧୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଅଛନ୍ତି। ଷ୍ଟେଟପୁଲରୁ ୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୫ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୮୫୦କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ସକ୍ରିୟ ଚିକିତ୍ସାଧୀନ ସଂକ୍ରମିତଙ୍କ ସଂଖ୍ୟା ୩୨୦୯ ରହିଛି। ଗତକାଲି ସୁଦ୍ଧା ରାଜ୍ୟରେ ପରୀକ୍ଷା ହୋଇଛି ୨ କୋଟି ୨୪ ଲକ୍ଷ ୧୧ ହଜାର ୨୩୦ଟି କରୋନା ନମୁନା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories