www.samajalive.in
Tuesday, December 9, 2025
23.1 C
Bhubaneswar

ଓଡିଶା ଓ ଭାରତୀୟ କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ ବିଶ୍ୱସ୍ତରରେ ପହଂଚାଉଛି ‘କଲାରା’

ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ‘କଲାରା’ ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି । କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି । ଓଡ଼ିଶାର ପଥର ଓ କାଠ ଖୋଦିତ କାରୁକାର‌୍ୟ୍ୟ, ହସ୍ତ ଅଙ୍କିତ ଗଞ୍ଜିଫା କାର୍ଡ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି । ରିଲାଏନ୍ସ ସମର୍ଥିତ ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜା, ବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀ, ଫାଶନ ସାମଗ୍ରୀ, ଖେଳନା, ରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀ, ଉପହାର ସାମଗ୍ରୀ, ଆଉଟଡୋର ସାମଗ୍ରୀ, ଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି । ‘କଲାରା’ ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍‌ଏଞ୍ଜେଲସ ବଜାର ପର‌୍ୟ୍ୟନ୍ତ ପହଂଚାଇବା, ଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେ, ରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର‌୍ୟ୍ୟନ୍ତ ପହଂଚାଇବା, ଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର‌୍ୟ୍ ଦକ୍ଷିଣ ଆଫ୍ରିକାରେ, ମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେ, ଚନ୍ନାପାଟନା ଖେଳନା ସିଙ୍ଗାପୁରରେ, ସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେ, ଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ ଓ ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories