www.samajalive.in
Sunday, December 7, 2025
23.1 C
Bhubaneswar

ବଜ୍ରାଘାତରେ ଜଣେ ମୃତ

ରେଙ୍ଗାଲିକେମ୍ପ   : ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାରିପାଳି ଗ୍ରାମ ମହାକୁର ପଡ଼ାର ମୁକ୍ତେଶ୍ଵର ପ୍ରଧାନ(୫୫)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଘଟଣା ସୂତ୍ରରୁ ଜଣାପଡିଛି ଯେ ଉକ୍ତ ପଡ଼ାର ଚାରିଜଣ ବ୍ୟକ୍ତି ଭବାନୀଶଙ୍କର ମହାକୁର (୬୫), ବିଭୂତି ମହାକୁର (୩୫), ମଣ୍ଟୁ ପ୍ରଧାନ(୨୫) ଓ ମୁକ୍ତେଶ୍ଵର ପ୍ରଧାନ ଗାଈ ଚରେଇବା ପାଇଁ ଗ୍ରାମ ନିକଟସ୍ଥ ଏକ ପଡିଆକୁ ଯାଇଥିଲେ। ଚାରିଜଣ ଯାକ ପରସ୍ପର ଠାରୁ ପ୍ରାୟ ୧୫/୨୦ ମିଟର ଦୂରରେ ଛତା ଧରି ଛିଡା ହୋଇ ଗାଈ ମାନଙ୍କୁ ଜଗିଥିଲେ। ସେତିକିବେଳେ  ହଠାତ୍ ବିଜୁଳି ମାରିବା ଆରମ୍ଭ ହୋଇ ଥିଲା। ଅନ୍ୟ ଦୁଇଜଣ ଏହା ଦେଖି ଗ୍ରାମବାସୀଙ୍କ ସହାୟତାରେ ଦୁଇ ଜଣଙ୍କୁ ବୁର୍ଲା ଡାକ୍ତର ଖାନାକୁ ନେଇଥିଲେ।ସେଠାରେ ଡାକ୍ତର ଭବାନୀ ଙ୍କ ଗୋଡ଼ ଦେଖି କିଛି ଔଷଧ ପତ୍ର ଦେଇ ଠିକ୍ ହୋଇଯିବ ବୋଲି କହିଥିଲେ କିନ୍ତୁ ଚିକିତ୍ସିତ ଅବସ୍ଥାରେ ମୁକ୍ତେଶ୍ଵରଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତ ଶରୀରକୁ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି ।ଏହି ଘଟଣା ପରେ ମହାକୁର ପଡ଼ାରେ ଶୋକର ଛାୟା ଖେଳିଯିବା ସହ ସମସ୍ତଙ୍କ ମନରେ ଛନକା ପଶିଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories