www.samajalive.in
Monday, December 15, 2025
14.1 C
Bhubaneswar

ଜାଣନ୍ତୁ, ପ୍ରଭୁ ହନୁମାନଙ୍କ ଫଟୋ ଲଗାଇବାର ଶୁଭ ଫଳ

ଘରର ବାସ୍ତୁ ଦୋଷ ଦୂର କରିବା ନିମନ୍ତେ ବ୍ୟକ୍ତିମାନେ ଅନେକ ଉପାୟ କରିଥାନ୍ତି। ବ୍ୟକ୍ତିମାନେ ନିଜ ଘରେ କିମ୍ବା ମନ୍ଦିରରେ ପ୍ରଭୁ ହନୁମାନଙ୍କ ଫଟୋ ଓ ମୂର୍ତ୍ତି ମଧ୍ୟ ରଖିଥାନ୍ତି। କୁହାଯାଇଥାଏ ଯେ, ଘରେ ହନୁମାନଙ୍କ ମୂର୍ତ୍ତି ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରେ ହନୁମାନଙ୍କ ମୂର୍ତ୍ତି ଲଗାଇବା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଠିକ ଦିଗ ଓ ସ୍ଥାନରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇ ପରିବାର ସଦସ୍ୟଙ୍କର ଉନ୍ନତି ହୋଇଥାଏ।ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
ହନୁମାନଙ୍କ ଫଟୋ ଲଗାଇବା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। କେବେ ବି ହନୁମାନଙ୍କ ଫଟୋ ଓ ମୂର୍ତ୍ତି ଶୋଇବା ଘରେ ଲଗାନ୍ତୁ ନାହିଁ। କାରଣ ହନୁମାନ ବ୍ରହ୍ମଚାରୀ ଥିଲେ।
ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କ ଶକ୍ତି ଦକ୍ଷିଣ ଦିଗରେ ଅଧିକ ରହିଥାଏ। ତେଣୁ ସର୍ବଦା ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାନ୍ତୁ। ହନୁମାନ ମାତା ସୀତାଙ୍କୁ ଖୋଜିବା ପାଇଁ ମଧ୍ୟ ଦକ୍ଷିଣ ଦିଗରେ ଯାଇଥିଲେ।ଦକ୍ଷିଣ ଦିଗରେ ହନୁମାନଙ୍କ ଫଟୋ ଲଗାଇବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହି ଦିଗରୁ ଆସୁଥିବା ନକାରାତ୍ମକ ଶକ୍ତିକୁ ହନୁମାନ ନଷ୍ଟ କରି ଦେଇଥାନ୍ତି।
ଯେଉଁ ଫଟୋରେ ହନୁମାନ ନିଜ ଶକ୍ତିର ପ୍ରଦର୍ଶନ କରିଥାନ୍ତି ସେହି ଫଟୋ ଘରେ ଲଗାଇବା ଦ୍ୱାରା ଶତ୍ରୁଙ୍କ ଠାରୁ ବିଜୟୀ ପାଇ ପାରିବେ। ଏହାଦ୍ୱାରା ଖରାପ ଶକ୍ତି ପ୍ରଭାବରୁ ମଧ୍ୟ ବଞ୍ଚି ପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories