www.samajalive.in
Thursday, December 11, 2025
27.1 C
Bhubaneswar

କାବୁଲରେ ଆତ୍ମଘାତୀଙ୍କ ଆକ୍ରମଣ , ୨୦ ମୃତ

କାବୁଲ: ଆଫଗାନିସ୍ଥାନ ରାଜଧାନୀରେ କାବୁଲରେ ପୁଣି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ବୁଧବାର ଦିନ କାବୁଲରେ ହୋଇଥିବା ଦୁଇଟି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଲୋକ ଗୁରୁତର ହୋଇଛନ୍ତି । ବିସ୍ଫୋରଣ ବେଳେ ଘଟଣାସ୍ଥଳରେ ପୁଲିସ ଓ  ସାମ୍ବାଦିକ ଉପସ୍ଥିତ ଥିବା ସୂଚନା ମିଳିଛି । ପ୍ରଥମ ବିସ୍ଫୋରଣ ପରେ ପୁଲିସ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ ପହଞ୍ଚାଇବାରେ ସାହଯ୍ୟ କରୁଥିବା ବେଳେ ଦ୍ବିତୀୟ ବିସ୍ଫୋରଣ ହୋଇଥିଲା ।

ଆଫଗାନିସ୍ଥାନରେ ଏକ ସ୍ବତନ୍ତ୍ର ଗଣମାଧ୍ୟମର ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଦ୍ବିତୀୟ ବିସ୍ଫୋରଣରେ ଆଫଗାନିସ୍ଥାନ ସବୁଠୁଁ ବଡ ପ୍ରସାରଣକର୍ତ୍ତା ଟୋଲ ନ୍ୟୁଜ୍ ର ରିପୋର୍ଟର ଓ କ୍ୟାମେରାମେନଙ୍କ ମୃତ୍ୟୁ ଘଟିଛି । ଏହା ସହ ବିସ୍ଫୋରଣରେ ସ୍ଥାନୀୟ ଟେଲିଭିଜନ ଚ୍ୟାନେଲର ଅନ୍ୟ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।

- Advertisement -

ତେବେ ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ବିସ୍ଫୋରଣ ସେତେବେଳେ ଘଟିଛି ଯେତେବେଳେ ଆମେରିକାର ସ୍ବରାଷ୍ଟ୍ର ମନ୍ତ୍ରୀ ମାଇକ ପୋମ୍ପିଓ ଆଫଗାନିସ୍ଥାନରେ ଥିବା ଆମେରିକା ରାଷ୍ଟ୍ରଦୂତ ଜଲ୍ମେ ଖାଲିଜାଦଙ୍କ ବିବାଦ ଶେଷ କରି ପରାମର୍ଶଦାତା ଭବେ ନିଯୁକ୍ତି ଦେଇଛନ୍ତି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories