ସୋମବାର ରାଶିଫଳ (୧୩/୦୯/୨୦୨୧)
ମେଷ : ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଶତ୍ରୁତା ବୃଦ୍ଧି ପାଇପାରେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସତର୍କତାର ଦିନ।
ବୃଷ : ସୁଖଶାନ୍ତିରେ ଦିନଟିଏ ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମିଥୁନ : ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଆତ୍ମ ବଡ଼ିମା ଦେଖାଇପାରନ୍ତି।
କର୍କଟ : ବାକ୍ ବିତଣ୍ଡାରେ ଭାଗନେଇ ପରେ ଅନୁତପ୍ତ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନ ଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଧନାଗମ ହେବ।
ସିଂହ : ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।
କନ୍ୟା : କାର୍ଯ୍ୟରେ ସଫଳତା ମିଳିବ। ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି।
Related Posts
Comments are closed.