ଗଙ୍ଗାରେ ଅଳକାନନ୍ଦ ବୋର୍ଟରେ ଜଳତୀର୍ଥର ଶୁଭାରମ୍ଭ

0

ଲକ୍ଷ୍ନୌ : ଏଣିକି ପର୍ଯ୍ୟଟକମାନେ ପବିତ୍ର ଗଙ୍ଗା ନଦୀରେ ‘ଜଳତୀର୍ଥ’ର ସୁଯୋଗ ଲାଭ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀଠାରେ ରବିବାର ଏଥିନିମନ୍ତେ ‘ଅଳକାନନ୍ଦ’ ନାମକ ଏକ ପଞ୍ଚତାରକା ପର୍ଯ୍ୟଟନ ବୋଟ୍‍ ଦ୍ୱାରା ଏହି ପବିତ୍ର କାର୍ଯ୍ୟକ୍ରମର ଉଦ୍‍ଘାଟନ କରିଛନ୍ତି। ଶ୍ରଦ୍ଧାଳୁମାନେ ବୋଟ୍‍ରେ ବସି ଗଙ୍ଗା ନଦୀର ଦଶାଶ୍ବମେଧ ଘାଟଠାରେ ଆରତୀ ଏବଂ ଆସସି ଘାଟଠାରେ ‘ଶୁଭା-ଇ-ବନାରସ୍‍’ ଦର୍ଶନର ସୁଯୋଗ ଲାଭ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରାଣାସୀଠାରେ ଏହି ‘ଜଳତୀର୍ଥ’ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। ‘ଅଳକାନନ୍ଦ’ ବୋଟ୍‍ଟି ଗତ ଅଗଷ୍ଟରେ ପ୍ରାୟ ୭୫୫ ନଟିକାଲ ମାଇଲ ଅତିକ୍ରମ କରି କଲିକତାରୁ ବାରାଣାସୀଠାରେ ପହଞ୍ଚିଥିଲା। ପୋର୍ଡିକ୍‍ ଜାହାଜ କମ୍ପାନୀର ଏହି ବୋଟ୍‍ରେ ଆଧୁନିକ ଟେକ୍ନୋଲୋଜି ସମ୍ପନ୍ନ ବ୍ୟବସ୍ଥା ରହିଛି। ଏଥିରେ ୧୨୫ ଜଣ ପର୍ଯ୍ୟଟକ ଏକକାଳୀନ ବସିବାର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୬୦ଟି ଏୟାରକଣ୍ଡିସନ୍‍ଡ ଆସନ। ଏହି ବିଳାଶପୂର୍ଣ୍ଣ ବୋଟ୍‍ ଦ୍ୱାରା ପର୍ଯ୍ୟଟକ ଗଙ୍ଗାର ଘାଟଗୁଡିକରେ ଦେବାର୍ଚ୍ଚନା ସମେତ ବାରାଣାସୀ ସହରର ପୁରାତନ ଇତିହାସ ସମ୍ବନ୍ଧରେ ମଧ୍ୟ ସୂଚନା ଲାଭ କରିପାରିବେ। ବୋଟ୍‍ଟି ଯେକୌଣସି ଋତୁରେ ନତୀରେ ଗତିଶୀଳ ରହିବ। ପ୍ରଥମ ପର୍ଯ୍ୟାୟରେ ଦଶାଶ୍ବମେଧ ଘାଟ ନିକଟସ୍ଥ ଆସସି ଘାଟ ଏବଂ ପଞ୍ଚଗଙ୍ଗା ଘାଟ ମଧ୍ୟରେ ଏହା ଯାତାୟତ କରିବ। ପ୍ରତ୍ୟେକ ପର୍ଯ୍ୟଟକ ୭୫୦ ଟଙ୍କା ବିନିମୟରେ ଏହି ବୋଯ୍‍ରେ ବସି ୨ ଘଣ୍ଟା ମଧ୍ୟରେ ୧୨ କିଲୋମିଟର ଜଳଯାତ୍ରା କରିବାର ଆନନ୍ଦ ଲାଭ କରିପାରିବେ। ପରବର୍ତ୍ତୀ ସମୟରେ ବୋଟ୍‍ଟି ଚୁନ୍ନାରରେ ଚଳାଚଳ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply