www.samajalive.in
Monday, December 8, 2025
14.1 C
Bhubaneswar

୧.୫ କୋଟି ମୋବାଇଲ ଗ୍ରାହକଙ୍କ ସହିତ ଓଡ଼ିଶାରେ ଜିଓ ୧ ନମ୍ବର ସ୍ଥାନରେ

ଭୁବନେଶ୍ୱର,୨୪ା୮: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶାରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି। ଏହାଦ୍ୱାରା କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି। ଜିଓ ମଧ୍ୟ ନିକଟରେ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସଫଳତାର ସହିତ ଶେଷ କରିଛି ଏବଂ ତାହାଦ୍ୱାରା ରାଜ୍ୟରେ ନେଟୱର୍କ, ବେଗ ଏବଂ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି।
୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି। ସେହି ସମୟରେ ବିଏସଏନଏଲ ମାତ୍ର ୧୨,୦୯୦ ଗ୍ରାହକ ଯୋଗ କରିଥିବାବେେ. ସେହି ସମାନ ମାସରେ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନ୍ ମାସରେ ୩,୧୩,୯୧୭ ବୃଦ୍ଧିପାଇ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୪୮ କୋଟିରେ ପହଞ୍ଚିଥବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ଋାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ଜୁନ୍ ମାସରେ ଗ୍ରାହକ ଯୋଗ କରିବାରେ ନିଜର ଆଧିପତ୍ୟ ବଜାୟ ରଖି ସର୍ବାଧିକ ୫.୫ ନିୟୁତ ଗ୍ରାହକ ଯୋଗ କରିଥିବା ଟ୍ରାଇ ପ୍ରକାଶ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories