www.samajalive.in
Monday, December 15, 2025
16.1 C
Bhubaneswar

ତହସିଲଦାରଙ୍କୁ ଗୋପୀନାଥପୁର ମୌଜା ବାସୀଙ୍କ ସ୍ମାରକପତ୍ର ପ୍ରଦାନ

ବଡ଼ମ୍ବା : ସ୍ଥାୟୀ ଜମିପଟ୍ଟା ମିଳିବାଲାଗି ଏହି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ମୌଜାର ଶତାଧିକ ପରିବାର ଦୀର୍ଘଦିନରୁ ପ୍ରଶାସନ ପାଖରେ ଦାବି କରିଆସୁଛନ୍ତି । ତେବେ ଏଥିରେ କୌଣସି ସୁଫଳ ମିଳିପାରି ନଥିବାରୁ ପୁନର୍ବାର ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରାମବାସୀ ଦାବି କରିଛନ୍ତି । ବହୁ ସଂଖ୍ୟାରେ ଗ୍ରାମବାସୀ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦଚନ୍ଦ୍ର ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ଗ୍ରାମ୍ୟ ଉନ୍ନୟନ କମିଟିର ସମ୍ପାଦକ ନଟବର ସେଠୀ ତଥା ସାମାଜିକ କର୍ମୀ ପ୍ରମୋଦ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ବୁଧବାର ସ୍ଥାନୀୟ ତହସିଲଦାରଙ୍କୁ ଭେଟି ଏ ବାବଦରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତହସିଲଦାର ଦେବଦତ୍ତ ମହାନ୍ତ ଏନେଇ ରାଜସ୍ୱ ନରୀକ୍ଷକଙ୍କୁ ସରଜମିନ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ଏବଂ ମହାମାରୀ କରୋନା କାରଣରୁ ଉକ୍ତ କାମ ଆଂଶିକ ବାଧାପ୍ରାପ୍ତ ହୋଇଥିବା କହିଥିବା ବେଳେ ଖୁବଶିଘ୍ର ପୁନର୍ବାର ଏହାକୁ ତ୍ୱାରନିତ କରାଯିବବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେହିଭଳି ତଦନ୍ତ ପକ୍ରିୟା ସରିଲେ ଯେଉଁମାନେ ଆଇନତଃ ଯୋଗ୍ୟ ବିବେଚିତ ହେବେ ସେମାନେ ପଟ୍ଟା ପାଇଁ ଆବେଦନ କରିପାରିବେ ବୋଲି ତହସିଲଦାର ଶ୍ରୀ ମହାନ୍ତ ମତପ୍ରକାଶ କରିଥିଲେ । ସୂଚନାଥାଉକି ସଂପୃକ୍ତ ମୌଜା ବାସୀଙ୍କ ମଧ୍ୟରୁ ଅନେକ ଦୀର୍ଘବର୍ଷ ଧରି ବଂଶାନୁକ୍ରମେ ଅନେକ ସରକାରୀ ଜମିରେ ଶାନ୍ତିପୂର୍ଣ୍ଣ ବସବାସ କରିଆସୁଥିବା ବେଳେ କୌଣସି କାରଣ ବଶତଃ ସେମାନେ ସ୍ଥାୟୀ ଘରବାରୀ ଜମିପଟ୍ଟା ପାଇବାରୁ ବଞ୍ଚିତ ଅଛନ୍ତି । ଏପରିକି ଏମାନଙ୍କ ମଧ୍ୟରେ ଅନେକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ହୋଇଥିବା ଏବଂ ସ୍ଥାୟୀପଟ୍ଟା ନଥିବା କାରଣରୁ ସେମାନେ ତଥା ସେମାନଙ୍କ ପିଲାଛୁଆ ସରକାରଙ୍କ ଅନେକ ଉନ୍ନୟନ ମୂଳକ ଯୋଜନାରୁ ବଞ୍ଚିତ ହେଉଥିବା ସ୍ମାରକପତ୍ରରେ ଦର୍ଶାଯାଇଛି । ସରକାର ତଥା ପ୍ରଶାସନ ଖୁବଶିଘ୍ର ଏଦିଗରେ ପଦକ୍ଷେପ ଗ୍ରହଣ କରିଲେ ଏସବୁ ପରିବାର ଉପକୃତ ହେବେ ବୋଲି ଜଣାଯାଇଛି।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories