www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରାଦ୍ଧବାର୍ଷିକୀରେ ସଂଗ୍ରାମୀ ପ୍ରତାପଚନ୍ଦ୍ର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ବଡ଼ମ୍ବା : ବଡ଼ମ୍ବାର ପୂର୍ବତନ ବିଧାୟକ ତଥା ରାଜ୍ୟର ଅନ୍ୟତମ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରତାପଚନ୍ଦ୍ର ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ତରଫରୁ ଦିବଂଗତ ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକ ବଡ଼ମ୍ବା ମୋହନସୁବୁଦ୍ଧି କଲେଜର ପ୍ରମୁଖ ପ୍ରତିଷ୍ଠାତା ହୋଇଥିବାରୁ ମହାବିଦ୍ୟାଳୟରେ ଏହି ଉପଲକ୍ଷେ ଅଧ୍ୟକ୍ଷ କୁମାରେଶ ରଥଙ୍କ ତତ୍ତ୍ୱାବଧନାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । କଲେଜ ପରିସରସ୍ଥ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଅଧ୍ୟକ୍ଷ ଶ୍ରୀ ରଥଙ୍କ ସମେତ ଅଧ୍ୟାପନା ମଣ୍ଡଳି ଏବଂ କର୍ମକର୍ତ୍ତାମାନେ ସମବେତ ହୋଇ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରିଥିଲେ । ଜଣେ କର୍ମଠ, ନିଷ୍ଠାବାନ ଏବଂ ସ୍ପଷ୍ଟବାଦୀ ସ୍ୱର୍ଗତ ପଟ୍ଟନାୟକଙ୍କ କଲେଜ ଭିତ୍ତିଭୂମି ତଥା ଶିକ୍ଷାନୁଷ୍ଠାନର ଉନ୍ନତି କଳ୍ପେ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ଏହି ଅବସରରେ ମତପ୍ରକାଶ ପାଇଥିଲା। ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ସମୀର କୁମାର ରାଉତରାୟ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଟ୍ରଷ୍ଟର ସଭାପତି ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି, ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ପୂଜ୍ୟପୂଜା ପରିଷଦର ସମ୍ପାଦକ ଅମରେଶ ରଥ, ବିକଚ ସାହିତ୍ୟ ସଂସଦର ସଭାପତି ସାହିତ୍ୟିକ ଦୁର୍ଯ୍ୟୋଧନ ବରାଳ, ବରିଷ୍ଠ ରାଜନୀତିଜ୍ଞ ବୁଦ୍ଧିନାଥ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ ପ୍ରମୁଖ ଏହି ମହାନ ସଂଗ୍ରାମୀଙ୍କୁ ପୂଣ୍ୟତିଥି ଅବସରରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ  କରିଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories