ବହୁ ସମୟରେ ଲୋକେ ଏହି କଥାକୁ ନେଇ ଖୁବ ବ୍ୟସ୍ତ ହୋଇଥାଆନ୍ତି କି ଥଣ୍ଡା କିମ୍ବା ବର୍ଷା ପାଗରେ ଦହି ଖାଇବା ଉଚିତ କି ନାହିଁ। ଅନେକ ଲୋକେ ବର୍ଷା, ଥଣ୍ଡା ସମୟରେ ଦହି ଖାଇ ନଥାଆନ୍ତି। କିନ୍ତୁ ଗରମ ଦିନେ ବା ଖରା ଦିନେ ଖୁସିରେ ଦହି ଖାଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା, ବର୍ଷା ବା ଥଣ୍ଡା ସମୟରେ ଦହି ଖାଇବା ସ୍ୱାସ୍ଥ୍ୟ ନିମନ୍ତେ କେତେ ଲାଭ ଦାୟକ….
ବର୍ଷା ହେଉ କିମ୍ବା ଥଣ୍ଡା ଏହି ଦିନ ମାନଙ୍କରେ ଆମର ପାଚନ ଶକ୍ତି ବା ହଜମ ଶକ୍ତି ବହୁ ଦୁର୍ବଳ ହୋଇଯାଏ। ଯାହା ଫଳରେ ଆମ ଖାଦ୍ୟ ସହଜରେ ହଜମ ହୋଇନଥାଏ। ତେଣୁ ଆମକୁ ଅଧିକ ତେଲ କି ବଜାରର ଖାଦ୍ୟ ଖାଇବା ନିମନ୍ତେ ମନା କରାଯାଏ।
ତେଣୁ ଏହି ଥଣ୍ଡା, ବର୍ଷା ସମୟରେ ଦହି ଖାଇବା ଆମ ପାଇଁ ଖୁବ ଉପକାରୀ ଅଟେ।
ଦହି ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ।
ଦହିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।
ପେଟକୁ ଥଣ୍ଡା ରଖେ। ପେଟ ଜନିତ ସମସ୍ୟା ଦୂର କରେ ।
ଠିକ୍ ସମୟରେ ଭୋକ ହେବା ସହ ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ ।
ମୁହଁକୁ ଉଜ୍ଜଳ କରିଥାଏ। କେଶରେ ରୂପିର ମାତ୍ରା ମଧ୍ୟ କମ୍ ହୋଇଥାଏ।
ଡାଏରିଆ ରୋଗୀଙ୍କ ପାଇଁ ଦହି ଖୁବ୍ ଉପଯୋଗୀ ।
ବର୍ଷା ଋତୁରେ ଦହି ଖାଇବା ଦ୍ବାରା ଖାଦ୍ୟ ବିଷାକ୍ତ ହେବାର ଆଶାଙ୍କା କମ୍ ଥାଏ ।
ବର୍ଷାରେ ବି ଖାଆନ୍ତୁ ଦହି
Popular Categories



