www.samajalive.in
Tuesday, December 9, 2025
23.1 C
Bhubaneswar

ବିଦ୍ୟାଳୟ ଉନ୍ନତିକରଣ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ମାଲକାନଗିରି: ମାଲକାନଗରିି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ବିକାଶ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତିା ପ୍ରକାଶ ଥାଉ କି, ଗତ ୫ ତାରିଖ ଦିନ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ସଂପର୍କିତ ଖବର ଦୈନିକ ସମାଜରେ ପ୍ରକାଶ ପାଇଥିଲ।। ଏହାକୁ ଆଧାର କରି ଗତ ୬ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ ମାନସକୁମାର ଜେନାଙ୍କ ନିର୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରାଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଳି ଏହି ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଥିଲୋ ବିଭିନ୍ନ ବର୍ଗର ପ୍ରତିକ୍ରିୟା ତଥା ଛାତ୍ରୀ ଓ ଅଭିଭାବକଙ୍କ ପ୍ରତିକ୍ରିୟା ଜାଣିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଟଙ୍କା ଆଦାୟ କରିବା ଘଟଣା ସ୍ୱିକାର କରିଥିଲୋ ଏହାକୁ ଆଧାର କରି ବ୍ଲକ ଶିକ୍ଷାଧିକାରୀ ଶ୍ରୀ ବେହେରା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଜେନାଙ୍କୁ ତଦନ୍ତ ରିପୋର୍ଟ ଦେବାପରେ ମଙ୍ଗଳବାର ଦିନ ଚିଠି ନଂ ୧୮୨୦/୯.୦୮.୨୦୨୧ ପ୍ରକାରେ ତାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତିା ବର୍ତମାନ ଏହି ବିଦ୍ୟାଳୟରେ କୌଣସି ଜଣେ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତିା ସୂଚନାଯୋଗ୍ୟ ଯେ ଉକ୍ତ ଶିକ୍ଷୟିତ୍ରୀ ଜଣକ ପୂର୍ବରୁ ଥରେ ନିଲ୍‍ମ୍ବିତ ହୋଇଥିଲେ ମଧ୍ୟ ତାଙ୍କୁ ଉକ୍ତ ସ୍କୁଲରେ ପୁନର୍ବାର ଦାୟି୍‍ତ୍ୱ ଦିଆଯାଇଥିଲା। ଏବେ ସେ ଆଉଥରେ ନିଲମ୍‍ମ୍ବିତ ହୋଇଥିବାରୁ ତାଙ୍କୁ ସେଠାରେ ଦାୟିତ୍ୱ ଦିଆଯିବ କି ନାହିିଁ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories