www.samajalive.in
Sunday, December 7, 2025
26.1 C
Bhubaneswar

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ବଲାଙ୍ଗିର ଗଲା ତଦନ୍ତକାରୀ ଦଳ

ପାରଳାଖେମୁଣ୍ଡି : ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ସନ୍ଦେହଜନକ ମୃତ୍ୟୁ ମାମଲାର ଅଧିକ ତଦନ୍ତ ପାଇଁ ଆଜି ଅପରାହ୍ନରେ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଦଳ ବଲାଙ୍ଗିର ଅଭିମୁଖେ ଯାତ୍ରା କରିଛନ୍ତି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାଠ ପଢୁଥିବା ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ରକୁ ଯାଇ ଚର୍ଚ୍ଚାକୁ ଆସିଥିଲେ। ସେ ସେଠାରେ ପୂର୍ବରୁ ଦେଇଥିବା ଭୋଜି ଏବଂ ଅନ୍ୟାନ୍ୟ ବିଷୟରେ ପୁଲିସ ଦଳ ତଦନ୍ତ କରିବ । ସୌମ୍ୟ ଓ ବିଦ୍ୟାଭାରତୀଙ୍କୁ ୨ ଥର ବଲାଙ୍ଗିର ନେଇ ଯାଇଥିବା ଗାଡି ଚାଳକ ପ୍ରମୋଦ ପାତ୍ରଙ୍କୁ ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଥାନାରେ ପଚରାଉଚରା କରାଯିବା ବେଳେ ପୁଲିସ କିଛି ତଥ୍ୟ ସଂଗ୍ରହ କରିଥିଲା। ଏହି ଚର୍ଚ୍ଚିତ ମାମଲାକୁ ପୁଲିସ ଗୁରୁତର ସହ ଗ୍ରହଣ କରି ସବୁ ଦିଗକୁ ନେଇ ତଦନ୍ତ ଜୋରଦାର କରିଛି। ତଦନ୍ତ ଜାରି ରହିଛି ଏବଂ ଯଥାଶୀଘ୍ର ମୃତ୍ୟୁ ପଛରେ ରହିଥିବା ରହସ୍ୟ ଉନ୍ମୋଚନ ହେବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ତପନକୁମାର ପଟ୍ଟନାୟକ ଗତକାଲି ସକାଳେ ପୁଲିସ ଓ ଅପରାଧ ଶାଖା ମିଳିତ ଭାବେ ୩ ଘଣ୍ଟାରୁ ଅଧିକ ସମୟ ଧରି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମକେଶରୀ ବେହେରାଙ୍କୁ ଜେରା କରିଥିଲେ। ପୂର୍ବରୁ ବହୁବାର ତଦନ୍ତ ଓ ନଥିପତ୍ର ଯାଞ୍ଚ କରାଯାଇଥିଲା। ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବନଖଣ୍ଡ ଅଧିକାରୀ ଓ ରୋଷେୟା ମନ୍ମଥ କୁମ୍ବଙ୍କ କୌଣସି ସମ୍ପର୍କ ନଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକ ଗତକାଲି ରାତିରେ କହିଥିଲେ। ତାଙ୍କ ପୁଅକୁ ବନଖଣ୍ଡ ଅଧିକାରୀ, ରୋଷେୟା ଓ ପତ୍ନୀ ଚକ୍ରାନ୍ତ କରି ମାରିଦେଇଥିବା ନେଇ ମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ପାରଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପ୍ରାଥମିକସ୍ତରରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବନଖଣ୍ଡ ଅଧିକାରୀ ଓ ରୋ​‌େ​‌ଷୟା ସଂପୃକ୍ତ ନଥିବା ଆରକ୍ଷୀ ଅଧିକ୍ଷକ କହିଥିଲେ। ସୌମ୍ୟ ପୋଡ଼ି ହେବା ବେଳେ ଘରେ ପତ୍ନୀ ବିଦ୍ୟାଭାରତୀ ଥିଲେ। ଏପଟେ ତଦନ୍ତ ପ୍ରକ୍ରିୟାରେ ସାହାଯ୍ୟ କରିବାକୁ ଆସିଥିବା ଅପରାଧ ଶାଖା ଦଳ ମୋବାଇଲ କଲ ରେକର୍ଡ଼, ଲାପଟପ, ପେନଡ୍ରାଇଭ୍‍ ଓ ମୋବାଇଲ ଯାଞ୍ଚ ଜାରି ରଖିଛନ୍ତି। ସବୁଦିଗକୁ ନେଇ ତଦନ୍ତ କରାଯାଉଛି। ଯେଭଳି ଭାବେ ତଥ୍ୟ ସାମନାକୁ ଆସିବ ତଦନୁଯାୟୀ ପୁଣି ଥରେ ଆବଶ୍ୟକ ବ୍ୟକ୍ତିଙ୍କୁ ଜେରା କରାଯିବ ବୋଲି ଆଜି ପୁଣି ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ କହିଛନ୍ତି। ଉକ୍ତ ଘଟଣାରେ ପତ୍ନୀ ଘରେ ଥାଇ କିଭଳି ଭାବେ ସୌମ୍ୟ ୯୦ ପ୍ରତିଶତ ପୋଡ଼ି ହୋଇଗଲେ ଏବଂ ଜାଣିପାରିଲେ ନାହିଁ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories