www.samajalive.in
Monday, December 15, 2025
24.1 C
Bhubaneswar

ଆଜି ସିଆଇଏସ୍‌ସିଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ଭୁବନେଶ୍ବର: ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଓ ଦ୍ବାଦଶ (ଆଇଏସଇ)ଶ୍ରେଣୀ ପରୀକ୍ଷା ଫଳ ଶନିବାର (ଜୁଲାଇ ୨୪) ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ଏନେଇ ସିଆଇଏସ୍‌ସିଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ପରୀକ୍ଷା ଫଳ ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ୱେବସାଇଟ (www.cisce.org or www. results.cisce.org )କୁ ଲଗଇନ୍ କରି ପରୀକ୍ଷା ଫଳ ଦେଖିପାରିବେ। ୦୯୨୪୮୦୮୨୮୮୩କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଫଳ ଦେଖିବା ବ୍ୟବସ୍ଥା ମଧ୍ୟ କରାଯାଇଛି।

- Advertisement -

ଚଳିତ ବର୍ଷ ଉତ୍ତର ଖାତା ପୁନର୍ବାର ତନଖି (ରିଚେକ୍) କରିବା ସୁବିଧା ଉପଲବ୍ଧ ନାହିଁ; କିନ୍ତୁ ଅଙ୍କକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଥିଲେ ତୁରନ୍ତ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ କରିବେ। ଦରଖାସ୍ତରେ ସମସ୍ୟାଗୁଡିକୁ ବିସ୍ତୃତ ଭାବେ ଉଲ୍ଲେଖ କରିବେ ବିଦ୍ୟାର୍ଥୀ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ନିକଟରୁ ଗ୍ରହଣ କରିଥିବା ଦରଖାସ୍ତକୁ ଅଗଷ୍ଟ ୧ ସୁଦ୍ଧା ପରିଷଦକୁ ପଠାଇବେ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡ଼ିକୁ ଇ-ମେଲ ଆଇଡି (asicse@cisce.org) ଏବଂ ଦ୍ବାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଦରଖାସ୍ତଗୁଡିକୁ (asisc@cisce.org)ରେ ପଠାଇବାକୁ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି। ଅଗଷ୍ଟ ୧ ପରେ ଦରଖାସ୍ତ ପଠାଇଲେ ବିଚାରକୁ ନିଆଯିବ ନାହିଁ। ମୁଖ୍ୟତଃ ଅଙ୍କ ହିସାବରେ କୌଣସି ତ୍ରୁଟି ଥିଲେ ଏହାକୁ ବିଚାରକୁ ନିଆଯାଇ ପାରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories