ଭୁବନେଶ୍ବର: ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍) ୟୁଜି-୨୦୨୧ ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଓଡ଼ିଶାର ୧୬ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ମହାମାରୀକୁ ଦୃଷ୍ଟିରେ ରଖି କିପରି ସାମାଜିକ ଦୂରତ୍ବ ରକ୍ଷା କରାଯାଇ ପାରିବ ସେଥିପାଇଁ ସହର ଏବଂ କେନ୍ଦ୍ର ସଂଖ୍ୟା ବୃଦ୍ଧି ହୋଇଛି। ତେବେ ଓଡ଼ିଶାରେ ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ ରାୟଗଡା ଏବଂ ପୁରୀ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି।
Popular Categories


