www.samajalive.in
Sunday, December 7, 2025
18.1 C
Bhubaneswar

ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ଏହି ଜରିମାନା କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି। ଏହା କହିଛି ଯେ ଏଚଡିଏଫସି ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ (ବିଆର) ଆଇନ, ୧୯୪୯ର ଧାରା ୬(୨) ଏବଂ ଧାରା ୮ର ଉଲ୍ଲଂଘନ କରିଛି। ବ୍ୟାଙ୍କର ଯାନବାହନ ଋଣ ପୋର୍ଟଫୋଲିଓକୁ ନେଇ ଅଭିଯୋଗ ଆସିବା ପରେ ତାହାର ଯାଞ୍ଚ କରାଯାଇଥିଲା। ସେଥିରେ ଏଚଡିଏଫସି ବ୍ୟାଙ୍କ ତାହାର ଗ୍ରାହକଙ୍କୁ ଥାର୍ଡ ପାର୍ଟି ଅଣ ଫାଇନାନ୍‍ସିଆଲ ଉତ୍ପାଦର ମାର୍କେଟିଂ ଓ ବିକ୍ରି କ୍ଷେତ୍ରରେ ବିଆର୍‍ ଆଇନରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ଆଧାର କରି କାହିଁକି ଏହା ଜରିମାନା କରାନଯିବ ତାହାର କାରଣ ଦର୍ଶାଅ ନୋଟିସ ଏଚଡିଏଫସି ବ୍ୟାଙ୍କ ନିକଟକୁ ପଠାଯାଇଥିଲା। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଜବାବକୁ ଅନୁଧ୍ୟାନ କରାଯିବା ପରେ ଆରବିଆଇ ଉକ୍ତ ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories