www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟରେ ୭୧୮୮ ନୂଆ ସଂକ୍ରମିତ ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

ଭୁବନେଶ୍ୱର : ରାଜ୍ୟରେ ଆଉ ୭ହଜାର ୧୮୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩କୁ ବୃଦ୍ଧି ପାଇଛି। ସଙ୍ଗରୋଧରୁ ୪,୦୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩୧୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କଟକରୁ ୬୯୦, ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬, ମୟୂରଭଞ୍ଜରରୁ ୩୨୦, ବରଗଡ଼ରୁ ୨୭୧, ବୌଦ୍ଧରୁ ୨୫୭ ଓ ନୟାଗଡ଼ରୁ ୨୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

- Advertisement -

ସେହିପରି ନବରଙ୍ଗପୁରରୁ ୨୧୬, କୋରାପୁଟରୁ ୨୦୨, କଳାହାଣ୍ଡିରୁ ୧୭୭, ସୁନ୍ଦରଗଡ଼ରୁ ୧୭୨ , ରାୟଗଡ଼ାରୁ ୧୬୫, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଝାରସୁଗୁଡ଼ାରୁ ୧୪୪, ସୁବର୍ଣ୍ଣପୁରରୁ ୧୨୯, ସମ୍ବଲପୁରରୁ ୧୨୦ ଓ ବାଲେଶ୍ବରରୁ ୧୦୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଗଜପତିରୁ ୧୦୬, ବଲାଙ୍ଗିରରୁ ୯୩, ମାଲକାନଗିରିରୁ ୯୨, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୭୫, ନୂଆପଡ଼ାରୁ ୬୨, ଦେବଗଡ଼ରୁ ୬୧, କେନ୍ଦୁଝରରୁ ୫୭, କନ୍ଧମାଳରୁ ୫୪ ଏବଂ ଷ୍ଟେଟପୁଲରୁ ୨୩୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଗତକାଲି ରାଜ୍ୟରୁ ୧୧ ହଜାର ୯୫୪ ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୪୭ ହଜାର ୧୩୩ରେ ପହଞ୍ଚିଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୨୭୧ ରହିଛି। ରାଜ୍ୟରେ ଏଯାବତ ୧ କୋଟି ୧୬ ଲକ୍ଷ ୪୫ ହଜାର ୪୦୨ ନମୁନା ପରୀକ୍ଷା କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories