www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଲଢ଼େଇରେ ସମ୍ମୁଖ ଯୋଦ୍ଧା, ଗାଁ ଜଗିଛନ୍ତି ଅଙ୍ଗନବାଡ଼ି ଓ ଆଶା

ଜେମାଦେଇପେଣ୍ଠ: ଆବଦ୍ଧାଞ୍ଚଳ ନାହିଁ କିମ୍ବା ଗାଁରେ କେହି ସଂକ୍ରମିତ ନାହାନ୍ତି। ତଥାପି ଗାଁର ପ୍ରବେଶ ଦ୍ବାରକୁ ବାଉଁଶ ବାଡ଼ରେ ଆବଦ୍ଧ କରି ଗାଁ ଜଗିଛନ୍ତି ଆଶା ଓ ଅଙ୍ଗନବାଡ଼ି ଦିଦି। କେବଳ ସେତିକି ନୁହେଁ ଗାଁକୁ ଆସୁଥିବା ପ୍ରତ୍ୟେକ ଆଗନ୍ତୁକଙ୍କୁ ସେମାନେ ଗାଁର ପ୍ରବେଶ ପଥରେ ହିଁ ଜଗି କୋଭିଡ ପରୀକ୍ଷା ରିପୋର୍ଟ ଯାଞ୍ଚ କରିବା ପରେ ଗାଁ ମଧ୍ୟକୁ ଛାଡ଼ୁଛନ୍ତି। ଦୀର୍ଘ ୮ଦିନ ହେଲା ଆବଦ୍ଧ ହୋଇଥିବା ଏହି ଗ୍ରାମ ହେଉଛି ରାୟଗଡ଼ା ଜିଲା ସଦର ମହକୁମାରେ ଥିବା ଜେମାଦେଇପେଣ୍ଠ ପଞ୍ଚାୟତର ଝାଙ୍ଗିଡି ଗ୍ରାମ। ଗ୍ରାମକୁ ସଂକ୍ରମଣ ଦାଉରୁ ରକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଦୁଇ ସମ୍ମୁଖ ଯୋଦ୍ଧା ଆଶା ଦିଦି ସାବିତ୍ରି ପୁଆଲା ଓ ଅଙ୍ଗନବାଡ଼ି ଦିଦି ଅରୁଣା ମେଲକା। ଏଭଳି ପ୍ରୟାସ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛିା

ପ୍ରକାଶଥାଉକି ଦୀର୍ଘ ଦିନ ଧରି ଅନେକ ଗୁଡ଼ିଏ ବିବାହ ଉତ୍ସବ ସରକାରୀ ନିୟମ ଅନୁସାରେ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। କିନ୍ତୁ ଉତ୍ସବ ସିନା ସରିଲା କିନ୍ତୁ କୁଣିଆଙ୍କ ଯିବା ଆସିବା ବନ୍ଦ ହେଲା ନାହିଁ। ସୀମାନ୍ତ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଇଥିଲା। ପ୍ରକାଶ ଯେ ଆନ୍ଧ୍ର ସୀମାନ୍ତରେ ରାୟଗଡ଼ା ଜିଲାର ଗାଜିଗାଁ ପଞ୍ଚାୟତର ଗାଜିଗାଁ ଓ ବିଲେଶୁ ଗ୍ରାମରେ ଅନେକ ଗୁଡ଼ିଏ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପୁଣି ଏହି ଗ୍ରାମ ପାଖକୁ ଉକ୍ତ ଦୁଇଟି ଗ୍ରାମ ଲାଗି ରହିଥିବାରୁ ଗ୍ରାମବାସୀ ଦ୍ବନ୍ଦରେ ପଡ଼ିଯାଇଥିଲେ। ପୁଣି ଅନେକ କୁଣିଆ ସୀମା ପାର ହୋଇ ଗ୍ରାମ ଭିତରକୁ ପ୍ରବେଶ କରୁଥିବାରୁ ଗ୍ରାମରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଥିଲା। ଫଳରେ ଗ୍ରାମର ଆଶା ଦିଦି ଓ ଅଙ୍ଗନବାଡି ଦିଦି ନିଜର ବୁଦ୍ଧି ଖଟାଇ ଗ୍ରାମର ପ୍ରବେଶ ଦ୍ବାରକୁ ବାଉଁଶ ଦ୍ବାରା ଆବଦ୍ଧ କରି କୁଣିଆ ପ୍ରବେଶ ମନା ବୋଲି ସାଇନବୋର୍ଡ ଲେଖି କୁଣିଆ ପ୍ରବେଶ ଉପରେ ରୋକ୍ ଲଗାଇଲେ। ଆଉ ଯଦି କେହି ଅତିଥି ଆସନ୍ତି ତା’ହେଲେ କେଭିଡ ପରୀକ୍ଷା ରିପୋର୍ଟ ଦେଖାଇ ଗ୍ରାମ ଭିତରକୁ ପଶିପାରିବେ ବୋଲି ସେମାନେ କଡ଼ା ନିୟମ ଜାରି କରିଛନ୍ତି। ଏହି ଦୁଇ ଦିଦିଙ୍କ ଏଭଳି ପ୍ରୟାସକ୍ରମେ ଗାଁକୁ ମହାମାରୀ ପ୍ରବେଶ କରିପାରି ନ ଥିବାବେଳେ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories