ଭିମସାର ପ୍ରଥମ କୋଭିଡ଼ ହସପିଟାଲର ୬ଟି ଭେଣ୍ଟିଲେଟର ଅଚଳ

ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ସତ୍ୱେ ବର୍ତ୍ତମାନ ସୁଦ୍ଧା ତାର ଅବ୍ୟବସ୍ତା ସୁଧୁରି ପାରି ନାହିଁ। ସେପଟେ ହସପିଟାଲ ମଧ୍ୟରେ ଆନୁଷାଙ୍ଗିକ ଅବ୍ୟବସ୍ତା ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ସଦୃଶ ରହିଛି। ପ୍ରଥମ କୋଭିଡ଼ ହସପିଟାଲ ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତା ଅନୁମିତି ବିନା ଗତି କରିବା ସହିତ ଲିଫ୍ଟ ଅସଙ୍ଗତି ଗୁରୁତର ରୋଗୀଙ୍କ ଚିକିତ୍ସା ବ୍ୟବସ୍ତାକୁ ପ୍ରଭାବିତ କରିଚାଲିଛି। ସଠିକ ସମୟରେ ରୋଗୀଙ୍କ ନିକଟକୁ ଚିକିତ୍ସା ସୁବିଧା ପହଞ୍ଚି ପାରୁ ନାହିଁ।

ଏହା ସହିତ ପ୍ରଥମ କୋଭିଡ଼ ହସପିଟାଲର ଦ୍ୱିତୀୟ ଫ୍ଲୋରରେ ରହିଥିବା ଆଇସିୟୁରେ ଛଅଟି ଭେଣ୍ଟିଲେଟର ଅଚଳତା ମଧ୍ୟରେ ଘାରି ହେଉଛି। ବର୍ତ୍ତମାନ ସୁଦ୍ଧା କେବଳ କାଗଜକଲମରେ ସୀମିତ ରହିଯାଇଛି ୫୦ଟି ଭେଣ୍ଟିଲେଟର ଯୁକ୍ତ ଶଯ୍ୟା ବ୍ୟବସ୍ତା। ଯାହାଫଳରେ ରୋଗୀଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଶଯ୍ୟା ଉପଲବ୍ଧ କରାଯାଇ ପାରୁ ନାହିଁ। ଯାହାଫଳରେ କୋଭିଡ଼ ଗୁରୁତରଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଇସିୟୁ ଶଯ୍ୟା ପାଇବା ଆଶାରେ ମୃତ୍ୟୁ ଘଟୁଛି। ଏହାର କୌଣସି ବିକଳ୍ପ ବ୍ୟବସ୍ତା ଏଯାବତ ଭିମସାର ପରିଚାଳନା ବ୍ୟବସ୍ତା କରିପାରିଲା ନାହିଁ।

ସେପଟେ ବର୍ତ୍ତମାନ ସୁଦ୍ଧା ଭିମସାରର ଦ୍ୱିତୀୟ କୋଭିଡ଼ ହସପିଟାଲ ଯାହାକି ୩୦୦ ଶଯ୍ୟା ବିଶିଷ୍ଟ ସେଥିମଧ୍ୟରୁ ୫୦ଟି ଆଇସିୟୁ ଶଯ୍ୟା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେପଟେ କରୋନା ସଂକ୍ରମିତ ରୋଗୀଙ୍କ ମାତ୍ରା ବୃଦ୍ଧି ପାଇ ପାଇ ଚାଲିଛି ମାତ୍ର ଭିମସାର ପୁର୍ଣ୍ଣମାତ୍ରାରେ ପ୍ରସ୍ତୁତ ହୋଇ ପାରୁ ନାହିଁ। ସେପଟେ ଦ୍ୱିତୀୟ କୋଭିଡ଼ ହସପିଟାଲରେ ୮୦ଟି ସାଧାରଣ ଶଯ୍ୟା ଏବଂ ୧୫ଟି ଆଇସିୟୁ ଶଯ୍ୟା ରହିଥିବା ସୁଚନା ଦିଆଯାଇଛି। ଭିମସାର ପୋଷ୍ଟ ପିଜି ଏବଂ ହାଉସ ସର୍ଜନ ମାନଙ୍କୁ କାଢ଼ି ନିଆଯିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ମାତ୍ର ଯେଉଁପ୍ରକାର ବ୍ୟବସ୍ତା କରାଯାଇଛି ସଠିକ ମାତ୍ରାରେ ଭେଣ୍ଟିଲେଟରକୁ ଅକ୍ସିଜାନ ପହଞ୍ଚି ପାରୁ ନ ଥିବା ଫଳରେ ଭେଣ୍ଟିଲେଟର ସୁବ୍ୟବସ୍ତିତ ଭାବରେ କାମ ନ କରିବା ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ।

ଏହା ସହିତ ଗତକାଲି ମଙ୍ଗଳବାର ଦିନ ଦୁଇଜଣ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ଆଇସିୟୁ ସମସ୍ୟା ଦେଖାଦେବା ସହିତ ତାଙ୍କ ପରିଜନମାନଙ୍କୁ ଇନୋଏକ୍ସପାରିନ ଏବଂ ଇଞ୍ଜେକସନ ମିଥାଇଲ ୪୦ ଏମଜି ବାହାରୁ ସମ୍ବଲପୁରରୁ କିଣି ଆଣିବା ପାଇଁ ମଧ୍ୟ କୁହାଯାଇଥିବା ଦୃଷ୍ଟାନ୍ତ ରହିଛି। ଏପରିକି ଗତକାଲି କୋଭିଡ଼ ରୋଗୀମାନଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥିବା ଦୃଷ୍ଟାନ୍ତ ରହିଛି। ସେପଟେ ମେଡ଼ିକାଲରେ ଉକ୍ତ ମେଡ଼ିସିନ ରହି ନ ଥିବା ସୁଚନା ହସ୍ତଗତ ହୋଇଛି। ଏଭଳି ଭାବରେ ନାହିଁ ନାହିଁ ମଧ୍ୟରେ ଭିମସାର କୋଭିଡ଼ ହସପିଟାଲ ଗତି କରୁଥିବା ବେଳେ ଜିଲ୍ଲା ପ୍ରଶାସନର ମାରାଥନ ଦୌଡ଼ରେ ମଧ୍ୟ ଭିମସାରର କୋଭିଡ଼ ହସପିଟାଲ ପୁର୍ଣ୍ଣମାତ୍ରାରେ ସ୍ୱୟଂସମ୍ପୁର୍ଣ୍ଣ ହୋଇ ପାରି ନାହିଁ।

Comments are closed.