ବୁର୍ଲା ଭିମସାରରେ ୧୨ କୋଭିଡ଼ ରୋଗୀଙ୍କ ମୃତ୍ୟୁ, କୋଭିଡ଼ ମୃତ୍ୟୁସଂଖ୍ୟା ୬୪୮
ବୁର୍ଲା: ବର୍ତ୍ତମାନ ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି। ଉଭୟ ଭିମସାରର କୋଭିଡ଼ ଡ଼ାକ୍ତରଖାନାରେ ବୁଧବାର ଦିନ ୧୨ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୫ ଜଣ ବରେଇପାଲିର ୭୦ ବର୍ଷିୟା ବୃଦ୍ଧା, କ୍ଷେତ୍ରାଜପୁରର ୪୦ ବର୍ଷୀୟ ଯୁବକ, ବଙ୍ଗାଲିପଡ଼ାର ୪୫ ବର୍ଷୀୟ ପୁରୁଷ, ରେମେଡ଼ର ୫୨ ବର୍ଷୀୟ ପୁରୁଷ ଏବଂ ରେଢ଼ାଖୋଲର ୪୩ ବର୍ଷୀୟ ପୁରୁଷ, ବରଗଡ଼ ଜିଲ୍ଲାର ୩ ଜଣ ଝରୁଆପାଲିର ୭୫ ବର୍ଷୀୟ ବୃଦ୍ଧ, ଗାଇସିଲେଟର ୬୦ ବର୍ଷିୟା ବୃଦ୍ଧା ଏବଂ ସୋହେଲାର ୫୫ ବର୍ଷୀୟ ପୁରୁଷ, ଝାରସୁଗୁଡ଼ାର ଗାନ୍ଧିହିର ୩୫ ବର୍ଷୀୟ ପୁରୁଷ ଏବଂ ୫୫ ବର୍ଷୀୟ ବର୍ଷୀୟ ପୁରୁଷ, ସୋନପୁରର ରାମପୁରର ୭୭ ବର୍ଷୀୟ ବୃଦ୍ଧ ଓ ବଉଦ୍ଧ ଜିଲ୍ଲାର ମନୁମୁଣ୍ଡାର ୮୫ ବର୍ଷିୟା ବୃଦ୍ଧା ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ୧୧ଦିନରେ ମୃତ୍ୟୁସଂଖ୍ୟା ୧୫୮ରେ ଉପନିତ। ଗୁରୁତରଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଏବଂ ଅକ୍ସିଜାନ ସିଲିଣ୍ଡର ଉପଲବ୍ଧ ହୋଇ ନ ପାରିବା ନେଇ ଅଭିଯୋଗ ହେଉଛି। ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟିବାକୁ ନେଇ ଅଭିଯୋଗ ହେଉଛି।
ସଙ୍କୁଚିତ ପ୍ରଥମ କୋଭିଡ଼ ଡ଼ାକ୍ତରଖାନାର କୋଠାରେ ୧୬୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ଚିକିତ୍ସାଧିନ ରଖାଯାଇଥିବା ବେଳେ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୫୫ରୁ ଊର୍ଦ୍ଧ୍ବ ଗୁରୁତର କରୋନା ରୋଗୀ ଚିକିତ୍ସା କରାଯାଉଛି। ସୁଚନା ଥାଉକି, ପୁଣି ଗତ ମଙ୍ଗଳବାର ଦିନ ୧୨, ସୋମବାର ଦିନ ୧୯ ଜଣ, ରବିବାର ଦିନ ୧୨ଜଣ, ଶନିବାର ଦିନ ୧୧ଜଣ, ଶୁକ୍ରବାର ଦିନ ୧୮ ଜଣ, ଗୁରୁବାର ଦିନ ୧୨ଜଣ, ବୁଧବାର ଦିନ ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନା ଗତ ଅକ୍ଟୋବର ମାସରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଇ କିଛିଦିନ ତଳେ ଭିମସାରର ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନା ଆରମ୍ଭ ହୋଇଛି। ଆଜି ସୁଦ୍ଧା ସମୁଦାୟ ୬୪୮ରେ ବୁର୍ଲା ଭିମସାର କୋଭିଡ଼ ମୃତ୍ୟୁସଂଖ୍ୟା ପହଞ୍ଚିଛି।
Comments are closed.