www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୨ଟା ମୁଖ୍ୟ ଖବର

– ଦେଶରେ ଦିନକରେ ୨,୬୩,୫୩୩ କରୋନା ଆକ୍ରାନ୍ତ ଚିହ୍ନଟ ; ୪,୩୨୯ ମୃତ
– ଦେଶରେ ଆଉ ୪ ଲକ୍ଷ ୨୨ ହଜାର ୪୩୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨, ଆରୋଗ୍ୟ ହାର ୮୫.୬୦%କୁ ବୃଦ୍ଧି
– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୩୨୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୮ ହଜାର ୭୧୯, ମୃତ୍ୟୁ ହାର ୧.୧୦%
– ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୫୩ ହଜାର ୭୬୫, ସକ୍ରିୟ ଆକ୍ରାନ୍ତ ହାର ୧୩.୨୯%
– ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ : ଟିକା ନେଲେଣି ୧୮କୋଟି ୪୪ ଲକ୍ଷ ୫୩ ହଜାର ୧୪୯

ଗତ ୨୬ ଦିନ ମଧ୍ୟରେ ଓଡିଶା ପୁଲିସ ପ୍ରାୟ ୧୫,୯୧୩ ମେଟ୍ରିକ ଟନ ମେଡିକାଲ ଅମ୍ଳଜାନ ଥିବା ୮୬୮ ଟ୍ୟାଙ୍କରକୁ ୧୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଛି

–ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ; ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ

–ରାଜ୍ୟରେ ଦିନକରେ ୧୦ ହଜାର ୩୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ମୋଟ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨
– ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୫,୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪,୫୪୨
– ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡରୁ ୩୨୦, ଭଦ୍ରକରୁ ୩୫୦ ଓ ବଲାଙ୍ଗୀରରୁ ୨୯୧ ଚିହ୍ନଟ
– ଆଜି ବୌଦ୍ଧରୁ ୨୫୦, କଟକରୁ ୭୩୧, ଦେବଗଡରୁ ୧୧୪, ଢେଙ୍କାନାଳରୁ ୭୭, ଗଜପତିରୁ ୫୬, ଗଞ୍ଜାମରୁ ୨୦୩ ଓ ଜଗତସିଂହପୁର ୧୫୯ ଚିହ୍ନଟ
– ନୂଆ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଯାଜପୁରରୁ ୩୩୦, ଝାରସୁଗୁଡାରୁ ୩୧୨, କଳାହାଣ୍ଡିରୁ ୫୯୯, କନ୍ଧମାଳରୁ ୫୪, କେନ୍ଦ୍ରାପଡାରୁ ୧୬୨ଓ କେନ୍ଦୁଝରରୁ ୨୦୪ ଅଛନ୍ତି
– ନୂଆ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କୋରାପୁଟରୁ ୩୩୮, ମୟୁରଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୩୩୪, ନୟାଗଡରୁ ୨୭୩, ନୂଆପଡାରୁ ୧୪୫, ପୁରୀରୁ ୪୭୨, ରାୟଗଡାରୁ ୧୬୩, ସମ୍ବଲପୁରରୁ ୪୦୫, ସୁନ୍ଦରଗଡରୁ ୮୧୯ ଏବଂ ଷ୍ଟେଟପୁଲରୁ ୨୪୬ ଜଣ ଅଛନ୍ତି
– ରାଜ୍ୟରେ ଏଯାଏ ସୁସ୍ଥ ହେଲେଣି ୫ ଲକ୍ଷ ୨୬ ହଜାର ୩୫୩ ଓ ସକ୍ରିୟ ଚିକିତ୍ସାଧୀନ ୧ ଲକ୍ଷ ୪ ହଜାର ୫୩୯

–ରାଜ୍ୟରେ ୯ ଜିଲାରୁ ଆଖି ବୁଜିଲେ ୨୨ କରୋନା ଆକ୍ରାନ୍ତ ; ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭ରେ ପହଞ୍ଚିଲା

– ଭାରତୀୟ ଚିକିତ୍ସକ ସଂଘର ପୂର୍ବତନ ସଭାପତିଙ୍କ କୋଭିଡରେ ପରଲୋକ

– ଭାରତରେ ଗୋଟିଏ ଦିନରେ କରୋନା ନେଇଛି ୫୦ ଡାକ୍ତରଙ୍କ ଜୀବନ, ଦ୍ୱିତୀୟ ଲହରରେ ଗଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ, ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ୭୩୬ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା

– ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ

ପାଲେଷ୍ଟାଇନର ଗାଜାରେ ହମାସ୍ର ଆକ୍ରମଣ ଘଟଣା: ଇସ୍ରାଏଲର କାର୍ୟ୍ୟାନୁଷ୍ଠାନକୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମର୍ଥନ
ନିଜ ଦେଶକୁ ରକ୍ଷା କରିବା ପାଇଁ ବେଞ୍ଜାମିନ ନେତନ୍ୟାହୁଙ୍କୁ ଆତଙ୍କବାଦୀଙ୍କ ରକେଟ ମାଡ଼ର କଡ଼ା ଜବାବ ଦେବା ଉଚିତ

– ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, ଚଳିତ ବର୍ଷର ବିଷୟବସ୍ତୁ – ସଂଗ୍ରହାଳୟଗୁଡିକର ଭବିଷ୍ୟତ: ପୁନରୁଦ୍ଧାର ଓ ପୁନଃପରିକଳ୍ପନା
– ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନର ସମର୍ଥନ
– ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆମେରିକା କୋଭିଡ ବିରୋଧୀ ମୁକାବିଲା ନିମନ୍ତେ ଆସନ୍ତା ଛଅ ସପ୍ତାହ ମଧ୍ୟରେ ୮୦ ନିୟୁତ କୋଭିଡ ଟିକା ଯୋଗାଇବ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories