www.samajalive.in
Tuesday, December 9, 2025
26.1 C
Bhubaneswar

ସାଙ୍ଗ ଘରକୁ ଯାଉଛି କହି ଯୁବକ ନିରୁଦ୍ଦିଷ୍ଟ: ଥାନାରେ ଅଭିଯୋଗ, ସହାୟତା କରୁନି ପୁଲିସ

ଟିଟିଲାଗଡ଼ :ଟିଟିଲାଗଡ ସହର ଅନ୍ତର୍ଗତ ଦେବନ୍ଧ ପଡାର ଗୋବର୍ଦ୍ଧନ କାଣ୍ଡଙ୍କ ସାନ ପୁଅ ଉମାକାନ୍ତ (୨୦) କୁଆଡେ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଚଳିତ ମାସ ୩ ତାରିଖରେ ଉମାକାନ୍ତ ରାୟଗଡାରେ ରହୁଥିବା ସାଙ୍ଗ ରୁମାନ ବଗର୍ତ୍ତିଙ୍କ ପାଖକୁ ଯାଉଛି କହି ଘରୁ ବାହାରିଥିଲେ। ହେଲେ ଅଦ୍ୟାବଧି ତାହାର କିଛି ଖୋଜ ଖବର ମିଳୁନାହିଁ। ରୁମାନ ଟିଟିଲାଗଡ ଆସି ତୁମ ପୁଅ ମୋ ନାନୀ ଘରେ ଥିଲାଫ ସେଠାରୁ କୁଆଡେ ଗଲା ସେ ଜାଣି ନଥିବା କହିଛି। ପୁଅକୁ ଫୋନରେ ଯୋଗାଯୋଗ କଲେ ମଧ୍ୟ ତାହାର ଫୋନ ସ୍ୱିଚ ଅଫ ଦର୍ଶାଉଥିବା ପରିବାର ଲୋକେ କହିଛନ୍ତି। ଶେଷ ଥର ପାଇଁ ଫୋନ କରିବା ବେଳେ ସେ ଅତ୍ୟନ୍ତ ଭୟଭିତ ହୋଇ କିଛି କହିବା ପାଇଁ ଚେଷ୍ଟା କରିଥିବା ଜଣାଯାଇଛି।

 

- Advertisement -

ଗତ ତିନି ଦିନ ହେଲା ଏନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ଫୋନ ଟ୍ରାକିଂ କରିବା କିମ୍ବା କୌଣସି ଖୋଜାଖୋଜି ପାଇଁ ପୁଲିସ ସହାୟତା କରୁ ନଥିବା ପରିବାର ଲୋକେ କହିଛନ୍ତି। ଏପରିକି ଫୋନ ଟ୍ରାକିଂ କେବଳ ଭୁବନେଶ୍ୱରରେ ହିଁ ସମ୍ଭବ ବୋଲି ପୁଲିସ କହୁଥିବା ଜଣାଯାଇଛି। ଅପରପକ୍ଷରେ ରୁମାନକୁ ଡାକି ପୁଲିସ କିଛି ପଚରାଉଚରା କରି ଛାଡି ଦେଇଥିବା ଜଣାଯାଇଛି। ଏନେଇ ପୁଅ ଏବେ କୋଉଠି, କିଭଳି ଅବସ୍ଥାରେ ରହିଛି ସେନେଇ ପରିବାର ଲୋକେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏନେଇ ପୁଲିସ ବିଭାଗ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories