www.samajalive.in
Monday, December 15, 2025
24.1 C
Bhubaneswar

ଯୋଗାଣ ବିଭାଗର ଯାଞ୍ଚ, ଆଳୁ ଦର କମିଲା

ଆଠଗଡ: ଆଠଗଡ ଯୋଗାଣ ବିଭାଗର ଯାଞ୍ଚ ଓ ପଦକ୍ଷେପ ଫଳରେ ଆଠଗଡରେ ଆଳୁଦର ପୂର୍ବପରି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି। ରାଜ୍ୟରେ ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ୧୫ଦିନିଆ ତାଲାବନ୍ଦର ଅବ୍ୟବହିତ ପୂର୍ବରୁ ୪ତାରିଖରେ ଆଠଗଡ ବଜାରରୁ ଆଳୁ ଉଭାନ୍‍ ହୋଇଯାଇଥିଲା। ୫ତାରିଖ ସକାଳେ ଯେଉଁ କେତେକ ବ୍ୟବସାୟୀଙ୍କ ପାଖରେ ସ୍ୱଳ୍ପ ପରିମାଣର ଆଳୁ ରହିଥିଲା ତାକୁ ସେମାନେ କିଲୋ ୩୦ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ବିକୁଥିଲେ। ଏ ସଂପର୍କରେ ସୂଚନା ପାଇ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସହକାରୀ ଯୋଗାଣ ଅଧିକାରୀଙ୍କୁ ପାଇକାରୀ ବ୍ୟବସାୟୀଙ୍କ ଗୋଦାମରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି ଓ ମାଜିଷ୍ଟ୍ରେଟ୍‍ ତଥା ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓ ଆଠଗଡ ବଜାର ଏବଂ କନ୍ତୋଲ ବଜାରରେ ଥିବା ଆଳୁ ପାଇକାରୀ ବ୍ୟବସାୟୀଙ୍କ ଗୋଦାମ ଯାଞ୍ଚ କରି ସେଠାରେ ଆଳୁ ନଥିବା ଦେଖିବାକୁ ପାଇଥିଲେ।

ପଶ୍ଚିମବଙ୍ଗରୁ ଓ ଭୁବନେଶ୍ୱରରୁ କିପରି ଆଳୁଟ୍ରକ୍‍ ଆଠଗଡ ସୁରୁଖୁରୁରେ ଏବଂ ଯଥାଶୀଘ୍ର ଆସି ପହଞ୍ଚିବ ସେ ଦିଗରେ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଫଳରେ ବୁଧବାର ରାତି ଓ ଗୁରୁବାର ସକାଳେ ଆଠଗଡରେ ଏକାଧିକ ଆଳୁ ଟ୍ରକ୍‍ ପହଞ୍ଚିବା ପରେ ଖୁଚୁରା ବଜାରରେ ଆଳୁଦର କମ୍‍ ହୋଇଥିଲା। ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଓ ଅତିରିକ୍ତ ତହସିଲଦାର ଶ୍ରୀ ସାଓ ଆଠଗଡ ପୁରୁଣା ବସଷ୍ଟାଣ୍ଡ ଏବଂ ଅନ୍ୟ ସ୍ଥାନରେ ଥିବା ପରିବା ଦୋକାନ ସବୁ ଯାଞ୍ଚ କରିବା ସମୟରେ ଆଳୁଦର କିଲୋପିଛା ୧୮ଟଙ୍କା ଓ ୩କିଲୋକୁ ୫୦ଟଙ୍କାରେ ବିକ୍ରି କରିବା ପାଇଁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଆଳୁଦର କିଲୋପିଛା ୧୮ଟଙ୍କାରେ ମିଳିବା ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories