www.samajalive.in
Monday, December 15, 2025
27.1 C
Bhubaneswar

ଖାଲି ନାଁକୁ ମାତ୍ର ଘୋଷଣା, ଭୋକ ସହିନପାରି ଆର୍ବଜନାରୁ ଖାଦ୍ୟ ଖାଉଛି ମଣିଷ

ସମ୍ବଲପୁର: କରୋନା ମହାମାରୀ ଯୋଗୁଁ ଜନତାଙ୍କ ଆର୍ଥିକ ସ୍ଥିତ ଦୋହଲି ଯାଇଥିବା ବେଳେ ଅସହାୟ ଗରିବ ମାନଙ୍କର ଅବସ୍ଥା କହିଲେ ନ ସରେ। ଏବେ କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ କରାଯାଇଥିବା ବେଳେ ସରକାର ଓ ଅନେକ ସ୍ୱେଚ୍ଛାସେବୀ ସଙ୍ଗଠନର ଦାବି ସତ୍ୱେ ରୋଜଗାର ହରାଇ ଅସହାୟ ଅବସ୍ଥାରେ ରହିଥିବା ଦୁସ୍ଥ ଓ ଗରିବ ମାନଙ୍କୁ ଦୁଇ ଓଳି ଖାଦ୍ୟ ଟିକିଏ ମିଳି ପାରୁ ନାହିଁ। ଏହାର ଜ୍ୱଳନ୍ତ ନମୁନା ଗୁରୁବାର ଦ୍ୱିହପର ସମୟରେ ସ୍ଥାନୀୟ ବୁଢ଼ାରଜା ଠାରେ ଦେଖିବାକୁ ମିଳିଥିଲା।

ଦ୍ୱିହପର ସମୟରେ ଏସଆରଆଇଟି କଲୋନୀ ସମ୍ମୁଖରେ ମୁଖ୍ୟ ରାସ୍ତା କଡରେ ନିଗମ ପକ୍ଷରୁ ଆବର୍ଜନା ସଂଗ୍ରହ ସ୍ଥାନ କରାଯାଇଛି। ସେହି ଆବର୍ଜନା ସ୍ଥଳରେ ରହିଥିବା ଆବର୍ଜନା ଭର୍ତ୍ତି ଡବା ମଧ୍ୟରୁ ଜଣେ ଯୁବକ ଖାଦ୍ୟ ବାହାର କରି ଖାଉଥିବାର ସ୍ୱଇଚ୍ଛା ଅନୁଷ୍ଠାନର ସ୍ୱେଚ୍ଛାସେବୀ ଦିଲ୍ଲୀପ ପଣ୍ଡା ଦେଖିବାକୁ ପାଇଥିଲେ। ଏଣୁ ତୁରନ୍ତ ଉକ୍ତ ଯୁବକକୁ ସେଥିରୁ ନିବୃତ୍ତ କରି ଖାଦ୍ୟର ବ୍ୟବସ୍ଥା କରିଥିଲେ।

- Advertisement -

ଏ ସର୍ମ୍ପକରେ ଦିଲ୍ଲୀପ କହିଛନ୍ତି ଯେ ଯୁବକଙ୍କ ନାମ ଜଣା ନ ଥିବା ବେଳେ ସେ ସୁସ୍ଥ ସବଳ ରହିଛନ୍ତି। ବୁଢ଼ାରଜା ଅଞ୍ଚଳରେ ମଝିରେ ମଝିରେ ସେ ବୁଲା ବୁଲି କରୁଥିବାର ଦେଖିଛନ୍ତି। ତାଙ୍କୁ ଆଜି ପାଇଁ ଖାଦ୍ୟ ପେୟ ପ୍ରଦାନ କରାଯାଇଥିବା ବେଳେ ତାଲା ବନ୍ଦ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ବୋଲି ସ୍ୱେଚ୍ଛାସେବୀ ଦିଲିପ ପଣ୍ଡା କହଛନ୍ତି। ତେବେ ଏହି ଦୃଶ୍ୟ ସମ୍ବଲପୁର ଜିଲା ପ୍ରଶାସନ, ନିଗମ ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କ ଫମ୍ପା ଦାବିର ପୋଲ ଖୋଲି ଦେଉଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କୋଭିଡ ପରିଚାଳନା ନାମରେ ବେଶ କିଛି ହେରଫେର ହେଉଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories