www.samajalive.in
Monday, December 15, 2025
24.1 C
Bhubaneswar

ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ଭାଗ୍ୟଶାଳୀ ଅଟନ୍ତି

ଆଜିର ଆଧୁନିକ ଯୁଗରେ ସୁନ୍ଦର ଓ ଯୋଗ୍ୟ ଜୀବନସାଥି ପାଇବା ପାଇଁ ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ। ଏଥିପାଇଁ ବ୍ୟକ୍ତି ବେଳେବେଳେ ଯୋଗ୍ୟ ଜୀବନସାଥି ଖୋଜିବାରେ ଲାଗି ପଡନ୍ତି। ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଯୋଗ୍ୟ ଜୀବନସାଥି ପାଇବା ପାଇଁ ଅନେକ ଦେବାଦେବୀଙ୍କ ଆରାଧନା ମଧ୍ୟ କରିଥାନ୍ତି। ବେଳେବେଳେ ଦେଖାଯାଇଥାଏ ଯେ, କେତେକ ବ୍ୟକ୍ତି ସୁନ୍ଦର ଓ ଉତ୍ତମ ଗୁଣର ପତ୍ନୀ ପାଇବା ପାଇଁ ଜ୍ୟୋତିଷ ମାନଙ୍କର ସାହାଯ୍ୟ ନେଇଥାନ୍ତି। କିଛି ଲୋକ ଲକ୍ଷ୍ମୀ ପରି ପତ୍ନୀ ପାଇ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ଜାଣିବା ଜ୍ୟୋତିଷ ଅନୁସାରେ ଲକ୍ଷ୍ମୀ ପରି ପତ୍ନୀ ପାଇବାର ସଙ୍କେତ କ’ଣ ରହିଥାଏ..ଜ୍ୟେଷ୍ଠା ନକ୍ଷତ୍ର:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ବ୍ୟକ୍ତିମାନଙ୍କର ଜନ୍ମ ଜ୍ୟେଷ୍ଠା ନକ୍ଷତ୍ରରେ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।ଏହି ନକ୍ଷତ୍ରର ସ୍ଥାନ ୨୭ ନକ୍ଷତ୍ରରେ ୨୩ତମ ସ୍ଥାନରେ ରହିଥାଏ।
ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି। ଧାର୍ମିକ କାର୍ଯ୍ୟରେ ଗଭୀର ଆସ୍ଥା ରଖିଥାନ୍ତି। ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଶନି ଓ ମଙ୍ଗଳ ଗ୍ରହର ପ୍ରଭାବ ରହିଥାଏ। ଏପରି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସାଧାରଣତଃ ମକର ଓ କୁମ୍ଭ ରାଶି ହୋଇଥାଏ।ଧନିଷ୍ଠା ନକ୍ଷତ୍ର:
ଧନିଷ୍ଠା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କର ଇତିହାସ ଓ ବିଜ୍ଞାନରେ ବିଶେଷ ରୁଚି ରହିଥାଏ। ଏପରି ବ୍ୟକ୍ତି ନିଜ ମନର କଥାକୁ ଅନ୍ୟ ଆଗରେ ସହଜରେ ପ୍ରକାଶ କରି ନଥାନ୍ତି।
ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖରେ କଟିଥାଏ। ଏହି ନକ୍ଷତ୍ରରେ ଜନ୍ମ ହୋଇଥବା ନାରୀମାନେ ଗୁଣବାନ ହୋଇଥାନ୍ତି। ଏପରି ମହିଳା ପରିବାରରେ ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ରଖିଥାନ୍ତି। ଯେଉଁ ପୁରୁଷଙ୍କ ବିବାହ ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଝିଅ ସହ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories