www.samajalive.in
Tuesday, December 9, 2025
23.1 C
Bhubaneswar

ଓୟୋ ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା: ଗିରଫ ୨ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: ଭୁବନେଶ୍ୱର ଓୟୋ ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାରେ ଗିରଫ ୨ ପୁଲିସ କର୍ମଚାରୀଙ୍କୁ ଗୁରୁବାର ନିଲମ୍ବନ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟ ଜଣେ ଉପ ନୀରିକ୍ଷକ(ଏସ୍‌ଆଇ) ମଧ୍ୟ ତଦନ୍ତ ପରିସରଭୁକ୍ତ ଥିବା ସୂଚନା ମିଳିଛି। ସମ୍ପୃକ୍ତ ଏସ୍‌ଆଇଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌ରୁ ରିଜର୍ଭକୁ ପଠାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରେ ଆଇପିଏଲ୍ ବେଟିଂ ନେଇ କମିଶନରେଟ୍ ପୁଲିସ ଚଢାଉ କରିଥିଲା। ଚଢାଉ ସମୟରେ ପୁଲିସକୁ ମିଳିଥିଲା ଅଢେଇ ଲକ୍ଷ ଟଙ୍କାର ୩୧ଟି ବଣ୍ଡଲ୍। ପଚରାଉଚରା ପରେ ଅଙ୍ଗାଡ଼ିଆ ସ୍କିମ୍ ବାବଦରେ ଜଣାପଡ଼ିଥିଲା । କରଞ୍ଜିଆର ବ୍ୟବସାୟୀ କମଲ୍ ଶାହଙ୍କୁ ଅଙ୍ଗାଡ଼ିଆ ସ୍କିମରେ ଫସାଇଥିଲେ ଦୁର୍ବୃତ୍ତ। ୧ କୋଟି ଟଙ୍କା ଦେଲେ ଦେଢ଼ କୋଟି ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେବ ବୋଲି କହିଥିଲେ। ବ୍ୟବସାୟୀ କମଲ୍ ଶାହ ଅଢେଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ ଧରି ଭୁବନେଶ୍ୱର ଆସିଥିଲେ। ଅଙ୍ଗାଡ଼ିଆ ସ୍କିମର ମାଷ୍ଟରମାଇଣ୍ଡ ପ୍ରଶାନ୍ତ ପଣ୍ଡା ବ୍ୟବସାୟୀଙ୍କ ଉପରେ ଚଢାଉ କରି ଟଙ୍କା ହଡ଼ପ କରିବା ଯୋଜନା କରିଥିଲେ। ହେଲେ ଚଢାଉ ବେଳେ ଧରି ଦେଇଥିଲା ପୁଲିସ । ମାମଲାରେ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ବିଭାଗର ୨ ଜଣ ଓ କଟକ ସହରାଞ୍ଚଳ ପୁଲିସ ବିଭାଗର ଜଣେ ପୁଲିସ ଥିବା ଡିସିପି ସୂଚନା ଦେଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories