www.samajalive.in
Sunday, December 7, 2025
14.1 C
Bhubaneswar

କରୋନାରେ କଲମପୁର ଅଞ୍ଚଳରୁ ଗଡିଲା ପ୍ରଥମ ମୁଣ୍ଡ, ପରିବାରରେ ଏବେ ୧୧ ଜଣ ସଂକ୍ରମିତଙ୍କ ଚିହ୍ନଟ

କଲମପୁର: ଅଣାୟତ ହେଉଛି କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ସୋମବାର କରୋନା ନେଇଛି କଲମପୁର ଅଞ୍ଚଳର ପ୍ରଥମ ମୁଣ୍ଡ। ଆଗକୁ ଅଧିକ ମୁଣ୍ଡ ଗଡିବା ନେଇ ସାଧାରଣରେ ଆତଙ୍କ ଦେଖା ଦେଇଛି।
ପ୍ରାପ୍ତ ସୁଚନା ଅନୁସାରେ କଲମପୁର ବ୍ଲକ ଅଧିନସ୍ଥ ବଡକୁଟୃ ଗ୍ରାମର ୫୫ ବର୍ଷିୟ ହେମନ୍ତ ନାୟକ କରୋନା ଲକ୍ଷଣ ଥାଇ ଜ୍ୱରରେ ପୀଡିତ ହେଇଥିଲେ। ୨୨ ତାରିଖ ଦିନ ସେ କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ଗୃହ ସଂରୋଧରେ ଥିଲେ। ୨୩ ତାରିଖ ଦିନ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ପର୍ଲା ଠାରେ ଥିବା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ପର୍ଲା କୋଭିଡ କେୟାର ସେଣ୍ଟର ଠାରେ ଉପଯୁକ୍ତ ଚିକତ୍ସା ସେବା ମିଳିନଥିଲା।

 

- Advertisement -

ଏପରିକି ହେମନ୍ତଙ୍କ ଅକ୍ସିଜେନ ଲେବୁଲ କମିବା ଯୋଗୁଁ ସୋମବାର କାମଠଣା ଠାରେ ଥିବା କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ସୁଚନା ପାଇଛନ୍ତି । ହେମନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକ ସ୍ୱାସ୍ଥ୍ୟ ସେବାର ଅବହେଳା କୁ ଦାୟୀ କରିଛନ୍ତି। ପରିବାର ଲୋକଙ୍କ ତରଫରୁ ଗତ ୨୧ ତାରିଖ ଠାରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କ କୋଭିଡ କଂଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଗାଇଡ ଲାଇନ ଦର୍ଶାଇ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ଆଜି ହେମନ୍ତଙ୍କ ମୃତ୍ୟୁ ହେଲା ବୋଲି ତାଙ୍କ ଭାଇ ପଙ୍କଜ କୁମାର ନାଏକ ଆମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ହେମନ୍ତଙ୍କ ପରିବାରରେ ଏବେ ୧୧ ଜଣ ସଂକ୍ରମିତଙ୍କ ଚିହ୍ନଟ ହେଇ ସାରିଛି। ଏହାସହ ଏବେ ମଧ୍ୟ ୪ରୁ ୫ ଜଣ ସଦସ୍ୟ କୋଭିଡ ଲକ୍ଷଣ ଯୁକ୍ତ କିନ୍ତୁ ସେମାନଙ୍କ ନମୂନା ପରୀକ୍ଷା କରାଇବାରେ ଟେଷ୍ଟିଂକିଟ୍ ଅଭାବ ବାଧକ ସାଜିଛି। କୋଭିଡ ସଂକ୍ରମଣ ଚିହ୍ନଟ ହେବା ବେଳକୁ ବିଳମ୍ବ କାରଣରୁ ସ୍ଥିତି ଜଟିଳ ହେଇ ସାରିଥିବ। ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ସହ କଲମପୁର ଅଂଚଳ ଅଣାୟତ ହେବା ପୂର୍ବରୁ ସଂକ୍ରମିତଙ୍କ ଚିହ୍ନଟ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories