www.samajalive.in
Tuesday, December 9, 2025
23.1 C
Bhubaneswar

ଜୁନ୍‌ ୧୪ରେ ମାଟ୍ରିକ୍‌ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବା ପାଇଁ ନିବେଦନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । କେହି ଦୁର୍ବୃତ୍ତ ମନ୍ତ୍ରୀଙ୍କ ନାଁ ଓ ଫଟୋ ସହ ସୋସିଆଲ୍ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଏଭଳି ଗୁଜବ ପ୍ରଚାର କରିଛି ।

ନକଲି ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଥିଲା ଯେ, ‘‘ପୂର୍ବ ନିଷ୍ପତ୍ତି ଅନୁସାରେ ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା । କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ ଦଶମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ଯାଏ ଅନୁଷ୍ଠିତ ହେବ’’ ।

- Advertisement -

ମନ୍ତ୍ରୀ ସମୀର ଦାଶ ଏହି ଫେକ୍‌ ଟ୍ୱିଟର ଆକାଉଣ୍ଟରେ ଟ୍ବିଟ୍‌ କରାଯାଇଥିବା ଲେଖାର ସ୍କ୍ରିନସଟକୁ ଅସଲି ଟ୍ୱିଟର ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ‘‘କେହି ଜଣେ ବଦମାସ୍‌ ମୋ ନାମରେ ଫେକ୍‌ ଆକାଉଣ୍ଟ‌ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରକୁ ଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ’’ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories