www.samajalive.in
Sunday, December 7, 2025
26.1 C
Bhubaneswar

ଫାଟିଲା ୫ ଗ୍ୟାସ ଟାଙ୍କି, ରାତି ସାରା ଜଳିଲା ୬ ବଖରା

ନୀଳଗିରି: ଘରେ ପରିବାର ଲୋକେ ଶୋଇଥିବା ବେଳେ ହଠାତ ନିଆଁ ଲାଗିଗଲା। ଗୋଟେ ପରେ ଗୋଟେ ୫ଟା ଗ୍ୟାସ ଟାଙ୍କି ଫାଟିବାରୁ ୬ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଭଳି ଭୟାବହ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସିର ସୀମାନ୍ତ ଆମ୍ବୁଡ଼ିହା ଅଞ୍ଚଳରେ। ହେନ୍ତସୁରା ଗାଁର ବିଜୟ ମଲ୍ଲିକ, ସୁଶାନ୍ତ ମଲ୍ଲିକ ଓ ଅରୁଣ ମଲ୍ଲିକଙ୍କ ପରିବାର ଶୁକ୍ରବାର ରାତିରେ ଶୋଇଥିବା ବେଳେ ହଠାତ ଘରେ ନିଆଁ ଲାଗି ଯାଇଥିଲା। ଉତ୍ତାପ ପାଇ ପରିବାର ଲୋକେ ପିଲାଛୁଆଙ୍କୁ ଧରି ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ତେବେ ସେମାନଙ୍କ ରୋଷେଇ ଘର ଭିତରେ ଥିବା ୫ଟି ଗ୍ୟାସ ଟାଙ୍କି ଗୋଟେ ପରେ ଗୋଟେ ଫାଟିଥିଲା।

ନୀଳଗିରି ଅଗ୍ନିଶମ ବିଭାଗର କର୍ମଚାରୀ ରାତି ସାରା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଶନିବାର ସକାଳୁ ଏହାକୁ ଆୟତ୍ତ କରାଯାଇଛି। ଏହି ଭୟାବହ ଅଗ୍ନିକାଣ୍ଡରେ ଘରେ ଥିବା ବାଇକ, ଟଙ୍କା ପଇସା, ଚାଉଳ, ଷ୍ଟାମ୍ପ ପେପର ସହ ଲକ୍ଷାଧିକ ଟଙ୍କାର ଅସବାଵପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଜଳି ଯାଇଥିବା ୬ବଖରା ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନି। ରେମୁଣା ବ୍ଲକ ରାଜସ୍ବ ବିଭାଗ ପକ୍ଷରୁ ତୁରନ୍ତ ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories