www.samajalive.in
Tuesday, December 9, 2025
26.1 C
Bhubaneswar

ପଦାରେ ପଡ଼ିଲା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ସମ୍ପାଦକଙ୍କ କଳା କାରନାମା

ମୋହନା: ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ୧୯୯୩ ମସିହାରେ ମୋହନାଠାରେ ପ୍ରତିଷ୍ଠିତ ହୋଇଥିଲା ଗଜପତି ଜିଲ୍ଲାର ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ। ଏଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ୧୦ ଜଣ କର୍ମଚାରୀଙ୍କୁ କରୋନା ସମୟରେ ପ୍ରାୟ ଦୁଇ ବର୍ଷର ପାଉଣା ନ ଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିଲେ। ଅନ୍ୟାୟ ଓ ସ୍ଵେଚ୍ଛାଚାରୀ ଭାବେ କାର୍ଯ୍ୟରୁ ବହିଷ୍କୃତ କରିଥିବାରୁ ଉକ୍ତ କର୍ମଚାରୀମାନେ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କ ଦ୍ଵାରସ୍ଥ ହୋଇଥିଲେ । ବହିଷ୍କୃତ କର୍ମଚାରୀଙ୍କ ଫେରାଦ ଅନୁସାରେ ଶ୍ରମ ଅଧିକାରୀ ସଂପାଦକଙ୍କୁ ଦୁଇଟି ଚିଠି କରିଥିଲେ। ଏହା ସତ୍ତ୍ଵେ ସଂପାଦକ ସାହୁ ଶ୍ରମ ଅଧିକାରୀଙ୍କ ଚିଠିକୁ ହେୟ ମନେକରି କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନଥିଲେ। ଯାହାଫଳରେ ଶ୍ରମ ଅଧିକାରୀ ବାଧ୍ୟ ହୋଇ ସଂପାଦକଙ୍କୁ ତୃତୀୟ ଚିଠି ପ୍ରେରଣ କରିଥିଲେ।

ଚିଠି ଅନୁସାରେ ୧୯ /୦୪/୨୦୨୧ ଦିବା ୧୧ ଘଣ୍ଟ ସମୟରେ ସଂପାଦକ ଓ ବହିଷ୍କୃତ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ। ଅଧିକାରୀ ଶ୍ରୀ ମଣ୍ଡଳ ଉଭୟ ପକ୍ଷଙ୍କୁ ତଦନ୍ତଭୁକ୍ତ କରି ଜାଣିବାକୁ ପାଇଥିଲେ ଦୀର୍ଘ ମାସ ଧରି କର୍ମଚାରୀମାନେ ବକେୟା ପାଉଣା ପାଇ ନ ଥିବା ଅଭିଯୋଗ ସତ୍ୟ। ସମ୍ପାଦକ ସାଥିରେ ଆଣିଥିବା ଉପସ୍ଥାନ ବହି/କିଛି କମିଟିବୃନ୍ଦଙ୍କ ନକଲି ଦସ୍ତଖତ ସମ୍ବଳୀତ ଚିଠି ଓ ଆକ୍ୟୁଟେନସ୍‌ ଖାତାକୁ ଶ୍ରମ ଅଧିକାରୀ ଯାଞ୍ଚ କରି ସେଥିରେ କର୍ମଚାରୀ/ ଦୃଷ୍ଟିହୀନ ଶିକ୍ଷକଙ୍କ ଜାଲ ଟିପଚିହ୍ନ ଓ କମିଟି ସଭ୍ୟଙ୍କ ନକଲି ଦସ୍ତଖତ କରାଯାଇଥିବାର ପ୍ରମାଣ ପାଇଥିଲେ। ଯାହାଫଳରେ ଘଟଣାର ସତ୍ୟତା ପ୍ରକାଶିତ ହୋଇଥିବାରୁ ସମ୍ପାଦକ ସାହୁ ଲଜ୍ଜିତ ଅନୁଭବ କରି ଦେହ ଅସୁସ୍ଥ ହୋଇଥିବାର ବାହାନା ଦେଖାଇ କାର୍ୟ୍ୟାଳୟରୁ ଉଠି ଚାଲିଯାଇଥିଲେ। ଏଭଳି ପରିସ୍ଥିତିରେ ସମସ୍ୟା ସମାଧାନର ରାସ୍ତା ବାହାରିପାରି ନ ଥିବାରୁ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉକ୍ତ ଅନୁଷ୍ଠାନରେ ସାହୁ ଲଗାତାର ୧୭ ବର୍ଷ ସମ୍ପାଦକ ରହି ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହେଉଅଛି। ତାଙ୍କୁ ସୁହାଇବା ଭଲି ନିଜେ ନିଜେ କମିଟି ଚୟନ କରିବା ସହ ଫୌଜୁରୀ ଦସ୍ତଖତ କରି କମିଟି ଅଧିବେଶନ କରୁଥିବା ଖୋଦ ଅଭିଭାବକ ସତ୍ୟବାନ ପାଟ୍ଟଖଣ୍ଡାଳ କହିଛନ୍ତି। ତାଙ୍କୁ ସମ୍ପାଦକ କମିଟିରେ ରଖିଥିବା ଓ କୌଣସି ଚିଠି ପତ୍ରରେ ଦସ୍ତଖତ କରିଥିବା ସେ ଜାଣନ୍ତି ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।

- Advertisement -

ସେହିପରି ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ଦେଇ ବହୁ କର୍ମଚାରୀଙ୍କ ଠାରୁ ଡୋନେସନ ନାମରେ ହଜାର ହଜାର ଟଙ୍କା ଆତ୍ମସାତ କରିଥିବା ନିଜ ନାମ ଗୋପନ ରଖି କମିଟି ବୃନ୍ଦ ଓ କର୍ମଚାରୀ ଅଭିଯୋଗ କରିଛନ୍ତି। ନିଜ ଦୋକାନରୁ ହଷ୍ଟେଲ ପାଇଁ ରେସନ ସାମଗ୍ରୀ ଯୋଗାଇ ଭଲ ଫାଇଦା ନେଉଥିବାର ମଧ୍ୟ ଅଭିଯୋଗ ହେଉଛି। ବିଗତ ଦିନରେ ବିପିଏଲ ଡିଲର ହୋଇ ଗରିବଙ୍କ ଚାଉଳ ଚଞ୍ଚକତାର ସହ ହେରଫେର କରି ଜେଲ ମଧ୍ୟ ଯାଇଛନ୍ତି। ଶ୍ରମ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରିବା ପରେ ଏହି ସମସ୍ୟାର ସମାଧାନ ପାଇଁ ଶ୍ରମ ଅଦାଲତର ଆଶ୍ରୟ ନେବାପାଇଁ କହିଥିଲେ। ଏହାକୁ ଶ୍ରମ ଅଧିକାରୀ ସମ୍ମତି ଜଣାଇଥିଲେ। ଏ ସବୁକୁ ଦୁର୍ନୀତି ବିଭାଗ ତଦନ୍ତ କଲେ ପ୍ରକୃତ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କର୍ମଚାରୀ ଓ ଅଞ୍ଚଳବାସୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories