www.samajalive.in
Wednesday, December 10, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଘୋଷଣା: ଆସନ୍ତାକାଲି ରାତି ୮ରୁ ମହାରାଷ୍ଟ୍ରରେ କର୍ଫ୍ୟୁ, ପରବର୍ତ୍ତୀ ୧୫ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ

ମୁମ୍ବଇ: କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି କରାଯାଇଛି। ଆସନ୍ତାକାଲି ରାତି ୮ଟାରୁ ସାରା ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯିବ। ପରବର୍ତ୍ତୀ ୧୫ଦିନ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କରୋନାର ଦ୍ବିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେ ଜୋର୍‌ ଦେଇ କହିଛନ୍ତି ଯେ ପୁଣିଥରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି। ସରକାର ଲକ୍‌ଡାଉନ୍‌ କରିବାକୁ ଚାହୁଁନଥିଲେ ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରିଛନ୍ତି। ଶ୍ରୀ ଠାକ୍‌ରେ କହିଥିଲେ ଆସନ୍ତାକାଲି ରାତି ୮ରୁ କଠୋର ନିୟମାବଳୀ କାର୍ଯ୍ୟକାରୀ ହେବ। ମହାରାଷ୍ଟ୍ରର ସମସ୍ତ ଜନସାଧାରଣ ସେମାନଙ୍କ ନିଜ ସୁରକ୍ଷା ପାଇଁ ଏହା ମାନିବା ଉଚିତ।


କର୍ଫ୍ୟୁ ସମୟରେ ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବା ସକାଳ ୭ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ। ବିମାନ ସେବା, ଟ୍ରେନ୍‌, ଟ୍ୟାକ୍ସି, ଅଟୋ ବସ୍‌ ଆଦି ଗଣପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। ଆର୍‌ବିଆଇ କାର୍ଯ୍ୟାଳୟ, ସେବିର ସମସ୍ତ କାର୍ଯ୍ୟାଳୟ, ଜଳଯୋଗାଣ, ଇ-କମର୍ସ, ଡାଟା ସେଣ୍ଟରର୍ସ, ଆଇଟି ସେବା, ବିଦ୍ୟୁଦ୍‌ କାର୍ଯ୍ୟାଳୟ, ଗ୍ୟାସ ଯୋଗାଣ, ଡାକସେବା, ଏଟିଏମ୍‌, ବନ୍ଦର ଆଦି ଖୋଲା ରହିବ। କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତି ଉକ୍ତ ପରିବହନ ସେବାକୁ ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ କୃଷି ଓ ତତ୍‌ ସମ୍ପର୍କୀୟ କାର୍ଯ୍ୟ, ଟିକାରକଣ କେନ୍ଦ୍ର, ହସ୍‌ପିଟାଲ୍‌, ସ୍ବାସ୍ଥ୍ୟ ସେବା, ଅନ୍ୟ ପରିବହନ ବ୍ୟବସ୍ଥା, ପେଟ୍ରୋଲ୍‌ ପମ୍ପ, ଔଷଧ ଦୋକାନ, ଔଷଧ କମ୍ପାନୀ, ରୋଗ ନିରୂପଣ କେନ୍ଦ୍ର, ତେଜରାତି ଦୋକାନ, ଫଳ ଦୋକାନ, ଦୁଗ୍ଧ ଦୋକାନ ଓ ଗଣମାଧ୍ୟମ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ରେଷ୍ଟୁରାଣ୍ଟ ଖୋଲା ରହିଲେ ମଧ୍ୟ ଏଠାରେ କାହାକୁ ଖାଇବାକୁ ଅନୁମତି ଦିଆଯିବ ନାହିଁ। କେବଳ ରେଷ୍ଟୁରାଣ୍ଟରୁ ପାର୍ସଲ ନେବା ପାଇଁ ଅନୁମତି ଦିଆଯିବ। ରାସ୍ତାକଡ଼ ଖାଇବା ଦୋକାନ ସକାଳ ୭ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ, କିନ୍ତିୁ ସେଠାରେ କେହି ଠିଆ ହୋଇ ଖାଇପାରିବେ ନାହିଁ। ସେମାନେ ସେଠାରୁ ଖାଦ୍ୟ ପ୍ୟାକିଂ କରି ଘରକୁ ନେଇପାରିବେ। ରାଜ୍ୟର ୬କୋଟି ଲୋକଙ୍କୁ ଅନ୍ନ ସୁରକ୍ଷା ଯୋଜନାରେ ୩କେଜି ଗହମ ଓ ୩କେଜି ଚାଉଳ ଯୋଗାଇ ଦିଆଯିବ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କାହାରକୁ ବାହାରକୁ ବାହାରିବା ପାଇଁ ଅନୁମତି ନାହିଁ।

- Advertisement -
Image Source : PTI

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ଦୈନିକ ୧୨ଶହ ଟନ୍‌ ଅକ୍ସିଜେନ୍‌ ଉତ୍ପାଦିତ ହେଉଛି, ତେବେ ତାହା କେବଳ ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ ବ୍ୟବହାର କରାଯାଉଛି। ତତ୍‌ ସହିତ କୋଭିଡ୍‌ ପରୀକ୍ଷା ଓ ଟିକାକରଣ କେନ୍ଦ୍ର ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ରାଜ୍ୟର ସମସ୍ତ ସ୍ଥାନରେ ହସ୍‌ପିଟାଲ୍‌ଗୁଡ଼ିକରେ ଶଯ୍ୟା ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯାଉଛି। ରାଜ୍ୟ ବାହାରେ ରହୁଥିବା ମହାରାଷ୍ଟ୍ରର ଡାକ୍ତରମାନଙ୍କୁ ନିଜ ରାଜ୍ୟକୁ ଫେରି ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। କରୋନା ବିରୋଧରେ ଚାଲିଥିବା ଏହି ଲଢ଼େଇରେ ସମସ୍ତେ ମିଳିତ ପ୍ରୟାସ କରିବାକୁ ସେ ଏନ୍‌ଜିଓ, ସ୍ବାସ୍ଥ୍ୟସେବା କର୍ମଚାରୀ ଓ ବିରୋଧୀଦଳଗୁଡ଼ିକୁ ନିବେଦନ କରିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୫୭ହଜାରରେ ପହଞ୍ଚିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories