କଲେଜ ଛାତ୍ରଙ୍କ ଗୁଳିରେ ଅଧ୍ୟାପକ ମୃତ

0

ସୋନିପତ୍‌ : ହରିୟାଣାର ସୋନିପତ୍‌ ସହରରେ ମଙ୍ଗଳବାର ଛାତ୍ରଙ୍କ ଗୁଳିରେ ଜଣେ ଅଧ୍ୟାପକ ପ୍ରାଣ ହରାଇଛନ୍ତି। ସହିଦ ଦଲବୀର ସିଂହ କଲେଜର ଅଧ୍ୟାପକ ରାଜେଶ ମଲ୍ଲିକ ମଙ୍ଗଳବାର ଅଫିସ ରୁମରେ କାର୍ଯ୍ୟରତ ଥିବାବେଳେ ଜଗମଲ ନାମକ ଛାତ୍ର ହଠାତ ସେଠାରେ ପ୍ରବେଶ କରି ରାଜେଶଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ରାଜେଶଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଗୁଳିକାଣ୍ଡ ପରେ କଲେଜ ପରିସରରେ ଆତଙ୍କ ଖେଳିଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଫେରାର ଜଗମଲକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Leave A Reply