www.samajalive.in
Monday, December 15, 2025
24.1 C
Bhubaneswar

ମାଲକାନ୍‌ଗିରିକୁ ରାଜ୍ୟ ବାହାରୁ ଆସିଲେ ଆଇସୋଲେସନ୍‌ରେ ରହିବେ ୭ଦିନ

ମାଲକାନ୍‌ଗିରି: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଟକଣା କଡ଼ାକଡ଼ି କଲା ମାଲକାନଗିରି ଜିଲା ପ୍ରଶାସନ। ଆଜିଠାରୁ ମାଲକାନଗିରିରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇଥିବାବେଳେ ଏଣିକି ବାହାର ରାଜ୍ୟରୁ ମାଲକାନଗିରି ଆସିଲେ ୭ଦିନ ଆଇସୋଲେସନ୍‌ରେ ରହିବାକୁ ପଡ଼ିବ। ଜିଲାକୁ ଆସୁଥିବା ପ୍ରତ୍ୟେକ ଆଗନ୍ତୁକଙ୍କ ପ୍ରତି ଅଙ୍ଗନୱାଡ଼ି କର୍ମୀ, ସରପଞ୍ଚ ଆଗନ୍ତୁକଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ଜିଲା ବାହାରକୁ ଗଲେ ନୋଡାଲ୍‌ ଅଫିସରଙ୍କ ଅନୁମତି ନେବାକୁ ନିର୍ଦେଶ। ଜିଲାପାଳ ୟେଦୁଲା ବିଜୟ କହିଛନ୍ତି ଯେ ରାଜ୍ୟ ବାହାରୁ ମାଲକାନଗିରି ଜିଲାକୁ ଆସିଲେ ନୋଡାଲ୍‌ ଅଫିସରଙ୍କୁ ଜଣାଇବାକୁ ପଡ଼ିବ। ୭ଦିନ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ଯଦି କେହି ଜିଲା ବାହାରକୁ ଯିବେ ତାହେଲେ ବି ନୋଡାଲ୍‌ ଅଫିସରଙ୍କୁ ଜଣାଇବାକୁ ହେବ।

ଏଠାରେ ସୂଚନା ଯୋଗ୍ୟ ଯେ ସୋମବାର ମାଲକାନଗିରିରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ମାର୍ଚ୍ଚ ୩୧ ତାରି ୧୧.୫୯ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ହୋଇଛି। ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ କରାଯିବ ବୋଲି ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ସୋମବାର ଘୋଷଣା କରିଛନ୍ତି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି ପର୍ବ ପାଳନ ବାରଣ କରାଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories