www.samajalive.in
Monday, December 15, 2025
16.1 C
Bhubaneswar

ମାମୁଁ ଭଣଜାଙ୍କ ଯାଦୁ ; ସମ୍ବଲପୁରୀ ଶାଢ଼ୀରେ ଭାରତ ମାନଚିତ୍ର

ଡୁଙ୍ଗୁରିପାଲି : ସମ୍ବଲପୁରୀ ଶାଢ଼ୀ​‌ରେ ବାନ୍ଧ କଳାର ଏକ ସ୍ବାତନ୍ତ୍ରତା ରହିଛି। ସମ୍ବଲପୁରୀ ଶାଢ଼ୀର ବୁଣା ଶୈଳୀ ଏବଂ ରଙ୍ଗର ସମନ୍ବୟ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଦେଶ ବିଦେଶରେ ସେଥିପାଇଁ ସମ୍ବଲପୁରୀ ଶାଢ଼ୀର ଏକ ସ୍ବତନ୍ତ୍ର ଚାହିଦା ରହିଛି। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରୀପାଲି ବ୍ଲକ ସହଲା ଗ୍ରାମର ଦୁଇ ବୁଣାକାର ସମ୍ବଲପୁରୀ ଶାଢ଼ୀରେ ଭାରତ ମାନଚିତ୍ର ବୁଣି ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏଥିରେ ବିଭିନ୍ନ ରାଜ୍ୟଗୁଡିକୁ ବିଭିନ୍ନ ରଙ୍ଗରେ ମଧ୍ୟ ଚିତ୍ରିତ କରାଯାଇଛି।

- Advertisement -

ସହଲା ଗ୍ରାମର ଈଶ୍ୱର ମେହେର ଏବଂ ଡୋଲାମଣି ମେହେର ସଂପର୍କରେ ମାମୁଁ ଭଣଜା। ସମ୍ବଲପୁରୀ ଶାଢୀ ବୁଣିବା ତାଙ୍କର ପେଶା। ତେବେ ବିଭିନ୍ନ ଡିଜାଇନର ଶାଢ଼ୀ ବୁଣିବା ତାଙ୍କର ଏକ ପ୍ରକାର ନିଶା। ​‌ତେବେ ଏଥିପାଇଁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥାଏ। ଦୀର୍ଘ କିଛି ମାସର ପରିଶ୍ରମ ପରେ ସେମାନେ କିଛି ଦିନ ତଳେ ଶାଢ଼ୀରେ ଭାରତ ମାନଚିତ୍ର ବୁଣିବାରେ ସକ୍ଷମ ହୋଇଛନ୍ତି। ମଙ୍ଗାରେ ଦିନରାତିର ପରିଶ୍ରମ ଏବେ ଶାଢ଼ୀ ଦେହରେ ପ୍ରତିଫଳିତ ହୋଇଛି। ଭାରତ ମାନଚିତ୍ର ସହ ବିଭିନ୍ନ ରାଜ୍ୟକୁ ସେମାନେ ଅଲଗା ଅଲଗା ଭାବେ ପ୍ରଦର୍ଶିତ କରି ପାରିଛନ୍ତି। ମାମୁଁ ଡୋଲାମଣି ମେହେର ଏହାର ଗ୍ରାଫିକ, ଗଣ୍ଠି ଡିଜାଇନ କରିଥିବା ବେଳେ ଭଣଜା ଈଶ୍ୱର ମେହେର ଏହାର ରଙ୍ଗ, ବୁଣିବା ଏବଂ ବାନ୍ଧ କାମ କରିଥିଲେ। ଶାଢୀଟି ପୂର୍ଣ୍ଣାଙ୍ଗ ହେବା ପରେ ଏବେ ଖୁବ୍‌ ଲୋଭନୀୟ ହୋଇଛି। ଶାଢୀରେ ସବୁଜ, କମଳା, ମଠା, ନାଳୀ, କଳା ଓ ଧଳା ରଙ୍ଗର ସୂତା ବ୍ୟବହାର କରାଯାଇଛି। ଶାଢୀରେ ୫ଟି ଆଁଚଳ, ଭାରତର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମାନଚିତ୍ର, ନାମ ରହିଥିବା ବେଳେ ଭାରତ ମାନଚିତ୍ର ଶାଢି ସାରା ରହିଛି। ଶାଢୀର ବିଭିନ୍ନ ସ୍ଥାନରେ ଇଂରାଜୀରେ ‘ଆଇ ଲଭ୍‍ ମାଇ ଇଣ୍ଡିଆ’ ଲେଖା ରହିଛି। ଏହା ସମେତ ‘ଜୟ ଜବାନ’ ‘ଜୟ କିସାନ’ ଲେଖି ଦେଶ ମାତୃକାର ସେବା କରୁଥିବା ଜବାନ ଏବଂ କିସାନମାନଙ୍କୁ ଶାଢୀ ମାଧ୍ୟମରେ ଉତ୍ସାହିତ କରିଛି। ଲୋକଙ୍କ ମଧ୍ୟରେ ଜାତୀୟତା ଭାବର ଉଦ୍ରେକ ପାଇଁ ଏଭଳି ଏକ ପ୍ରୟାସ ପାଁଇ ସେମାନେ ଚିନ୍ତା କରିଥିବା ଉଭୟ ବୁଣାକାର କହିଛନ୍ତି। ଉକ୍ତ ଶାଢୀ ବୁଣିବାକୁ ପ୍ରାୟ ୩୦ଦିନ ସମୟ ଲାଗିଥିବା ବେଳେ ଏଥିରେ ବିଭିନ୍ନ ପ୍ରକାର ୩୦ ବଣ୍ଡଲ ସୂତା ଲାଗିଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୨ରୁ ୧୫ ହଜାର ହେବ ବୋଲି ସେମାନେ ଆକଳନ କରିଛନ୍ତି। ଏକା ସାଙ୍ଗରେ ୪ଖଣ୍ଡ ଶାଢୀ ବୁଣିଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ଶାଢ଼ୀର ବୁଣିବା କୌଶଳ ସେମାନେ କାହାଠାରୁ ଶିଖି ନାହାନ୍ତି ବରଂ ବିଭିନ୍ନ ପ୍ରୟୋଗ ପରେ ସଫଳ ହୋଇଥିବା ପ୍ରକାଶ କରିଛନ୍ତି। ସରକାରୀସ୍ତରରେ ପ୍ରୋତ୍ସାହନ, ତାଲିମ, ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କଲେ ଆହୁରି ଉନ୍ନତଧରଣର ଶାଢୀ ବୁଣିବା ଦକ୍ଷତାର ବିକାଶ ହେବ ବୋଲି ମାମୁଁଭଣଜା ପ୍ରକାଶ କରିଛନ୍ତି। ସମ୍ବଲପୁରୀ ଶାଢୀର ଆଦର, ଚାହିଦା ବିଶ୍ୱ ଦରବାରରେ ବୃଦ୍ଧି କରିବା ଦିଗରେ ସେମାନେ କାର୍ଯ୍ୟ କରିବାକୁ ଆଗ୍ରହି ବୋଲି କହିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories